ରାଜ୍ୟରେ ସାଂପ୍ରତିକ ରାଜନୈତିକ ସ୍ଥିତି, ପ୍ରାକ୍ ନିର୍ବାଚନୀ ହିଂସା, ନିର୍ବାଚନ ସମୟର ହିଂସା ଉପରେ ଆଲୋଚନା ହେଲା-ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର, – ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳି ଗୁରୁବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି, ପ୍ରାକ୍ ନିର୍ବାଚନୀ ହିଂସା ଓ ନିର୍ବାଚନ ସମୟର ହିଂସା ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି କିଭଳି ଭଲ ପ୍ରଦର୍ଶନ କରିପାରିବ ସେ ଦିଗରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ମାର୍ଗଦର୍ଶନ କରିଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଓ ଗରିବ କଲ୍ୟାଣକାରୀ ଯୋଜନା କିଭଳି ଘରେ ଘରେ ପହଁଚିବ, ତା’ଉପରେ ମଧ୍ୟ ମତପ୍ରକାଶ କରିଥିଲେ ।
ପରବର୍ତୀ ପର୍ଯ୍ୟାୟରେ ଦଳୀୟ ସଦସ୍ୟମାନେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାସଭବନରେ ଓ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଭବନ ଠାରେ ମଧ୍ୟ ସାକ୍ଷାତ୍ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।


ଏହି ପ୍ରତିନିଧି ମଣ୍ଡଳିରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାରାୟଣ ନାଏକ, ସାଧାରଣ ସମ୍ପାଦକା ଡା. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ ଓ ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ ପ୍ରମୁଖ ସାମିଲ ଥିଲେ ।

Spread the love