ଓଡ଼ିଆଙ୍କୁ ଭଲପାଇବା ଓ ଓଡ଼ିଆ ସଂସ୍କୃତିର ମୂଳମନ୍ତ୍ରକୁ ମୋଦି ସାରା ଦେଶରେ ପରିଚିତ କରୁଛନ୍ତି: ସମୀର ମହାନ୍ତି

ଭୁବନେଶ୍ୱର, ତା.୨୮/୦୮: ଆଜି ଦେଶବାସିଙ୍କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ ୯୨ତମ ସଂସ୍କରଣରେ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରନିର୍ମାଣ ଓ ସମାଜ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା କରିବା ସହ ସାଧାରଣ ଜୀବନ ବାସ କରୁଥିବା ଲୋକମାନଙ୍କ ଅକୁହା କଥା ଆଦିକୁ ପ୍ରକାଶ କରିଥାନ୍ତି, ଯାହାକି ବାସ୍ତବ ଜୀବନରେ ବେଶ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

 

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱରର ସାଙ୍ଗଠନିକ ଜିଲ୍ଲା ଖଣ୍ଡଗିରି ମଣ୍ଡଳ ୱାର୍ଡ ନଂ-୨୩ ଘାଟିକିଆ ଦୁର୍ଗା ପୂଜା ମଣ୍ଡପଠାରେ ସ୍ଥାନୀୟ ବାସିନ୍ଦା ଏବଂ ଦଳୀୟ କାର୍ଯ୍ୟକର୍ତାଙ୍କ ଗହଣରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି । ‘ମନ କି ବାତ୍‌’ ଏ ମାସର ଗୁରୁତ୍ୱ ବହନ କରିବା ସହ ୨୦୨୨ ଅଗଷ୍ଟ ୧୫ ରୁ ୨୦୨୩ମସିହା ପର୍ଯ୍ୟନ୍ତ ଅମୃତ ମହୋତ୍ସବ ପାଳନ ହେବ । ‘ମନ୍ କି ବାତ୍‌’ରେ ଯଶ୍ୱସୀ ମୋଦିଜୀ ତ୍ରିରଙ୍ଗା ଯାତ୍ରା, ଅମୃତ ସରୋବର ଓ ମିଲେଟ ମିଶନ ବା ମାଣ୍ଡିଆକୁ ବର୍ଣ୍ଣନା କରିଛନ୍ତି । ଓଡ଼ିଶାର ଗାଁଠୁ ସହରର ଲୋକେ ଏହି ଖାଦ୍ୟ ଖାଇଥାନ୍ତି । ମାଣ୍ଡିଆ ପୋଷଣଯୁକ୍ତ ଖାଦ୍ୟ ହୋଇଥିବାରୁ ମୋଦିଜୀ ସମସ୍ତ ଜନସାଧାରଣ ଖାଇବାକୁ ଆହ୍ୱାନ କରିଥିବା ଶ୍ରୀ ମହାନ୍ତି କହିଛନ୍ତି । ମୋଦିଜୀ ମଧ୍ୟ ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବ ଅବସରରେ ଶୁଭକାମନା ଓ ଶୁଭେଚ୍ଛା ଜ୍ଞାପନ କରିଥିବା ଶ୍ରୀ ମହାନ୍ତି କହିଛନ୍ତି ।
ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ହେଉଛି ଓ ଜଳ ସଂରକ୍ଷଣ କଥା ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ କହିଛନ୍ତି । ମୋଦିଜୀଙ୍କ ଲାଗି ଦେଶର ସବୁ ପ୍ରାନ୍ତରେ ଅମୃତ ମହୋତ୍ସବର ଅମୃତ ଧାରା ପ୍ରବାହିତ ହେଉଛି ଓ ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସରୁ ଜନସାଧାରଣ ଦେଶର ସମ୍ମିଳିତ ସାମର୍ଥ୍ୟ ଓ ହୃଦୟଙ୍ଗମତାର ଚେତନା ପାଇଛନ୍ତି । ଓଡ଼ିଶାବାସୀଙ୍କ ପକ୍ଷରୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି । ମୋଦିଜୀ ଓଡ଼ିଆଙ୍କ ପ୍ରତି ଭଲବାଇବା ଓ ବିଶେଷ କରି ଓଡ଼ିଆ ସଂସ୍କୃତିର ମୂଳମନ୍ତ୍ରକୁ ମୋଦି ସାରା ଦେଶରେ ପରିଚିତ କରାଉଛନ୍ତି ଯାହା ସାଢ଼େ ଚାରିକୋଟି ଓଡ଼ିଆ ଗର୍ବ ଅନୁଭବ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜି ବିଜେପିର ସମସ୍ତ କାର୍ଯ୍ୟକର୍ତା ଓ ନେତୃବୃନ୍ଦମାନେ ନିଜ ନିଜ ଅଂଚଳରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଛନ୍ତି ।

Spread the love