ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର, ତା.୧୬/୧୧: ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ବାଲି ଠାରେ ଓଡ଼ିଶାର କଟକ ବାଲିଯାତ୍ରାକୁ ଭୂୟସୀ ପ୍ରଶଂସା କରିଥିଲେ । ଯାହା ଭାରତବାସୀଙ୍କୁ ବିଶେଷ ଭାବରେ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଆଙ୍କ ପ୍ରତି ଭଲଭାଇବା ଓ ଓଡିଆଙ୍କୁ ଗୁରୁତ୍ୱ ଦେଉଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ସୂଚନାଥାଉ କି, ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାର ସମସ୍ତ କୌଶଳ ପ୍ରୟୋଗ କରୁଛନ୍ତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଇଣ୍ଡୋନେସିଆ ଗସ୍ତରେ ଯାଇ ଓଡିଶାର ଐତିହ୍ୟ ଓ ପରମ୍ପରାର କଥା ବର୍ଣ୍ଣନା କରିଛନ୍ତି । କାର୍ତିକ ମାସରେ ଓଡ଼ିଆମାନେ କିପରି ଇତିହାସକକୁ ମନେ ପକାଇ ବୋଇତ ବନ୍ଦାଣ କରନ୍ତି ଏହି କଥା ଇଣ୍ଡୋନେସିଆରେ ମୋଦିଜୀ କହିଥିଲେ । ଓଡିଆ ପୁଅ ବାଲି, ବୋର୍ଣ୍ଣିଓ, ଯାଭା, ସୁମାତ୍ରା ଭଳି ଦ୍ୱିପକୁ ଯାତ୍ରା କରି ଆମ ଦେଶକୁ ସମୃଦ୍ଧ କରୁଥିବା କଥା ଇଣ୍ଡୋନେସିଆର ବାଲି ସହରରେ ଯାଇ ବାଲିଯାତ୍ରା ପ୍ରସଙ୍ଗରେ କହିଥିବାରୁ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କ ଆଣିବାରେ ସହାୟକ ହେବ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

 

Spread the love