ଓଡିଶାକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ : ସମୀର ମହାନ୍ତି

ଭୁବନେଶ୍ୱର,୨୫/୦୪: ଲକ୍‌ଡାଉନ୍ ଅବଧି ସରିବା ପରେ ବାହାର ରାଜ୍ୟରେ ଥିବା ଓଡିଆ  ଲୋକମାନେ ରାଜ୍ୟକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଉଦ୍ଦିଷ୍ଟ ପୋର୍ଟାଲରେ ପଞ୍ଜିକରଣ  କରିବାକୁ ଟ୍ୱିଟ ମାଧ୍ୟମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅନୁରୋଧ କରିଛନ୍ତି ।
ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଲକ୍‌ଡାଉନ୍ ଅବଧି ସରିବା ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା
ଓଡିଆ ଭାଇ ଭଉଣୀମାନେ ଆମ ରାଜ୍ୟକୁ ଫେରିବେ । କରୋନା ମହାମାରୀର ମୁକାବିଲା ପାଇଁ ୍ଣଳନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।  ଓଡିଆ ଭାଇ ଭଉଣୀମାନେ ଆମ ରାଜ୍ୟ ଓଡିଶାକୁ ଫେରିବା ପୂର୍ବରୁ ନିଜ ତରଫରୁ ଏଥିପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ନିଜର ନାମ ଠିକଣା ପଞ୍ଜିକୃତ କରନ୍ତୁ । ନିଜ ପରିବାର ସ୍ୱଜନମାନଙ୍କ ଦ୍ୱାରା ମଧ୍ୟ ନିଜ ଗାଁ ଓ ପଂଚାୟତରେ ମଧ୍ୟ ପଞ୍ଜିକରଣ ବ୍ୟବସ୍ଥାର ସୁବିଧା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

କରୋନା ମହାମାରୀର ସଫଳ ମୁକାବିଲା ପାଇଁ ସାମାଜିକ ଦୁରତ୍ୱ ଓ ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରହିବା ଜରୁରୀ । ତେଣୁ ଆପଣଙ୍କ ପଞ୍ଜିକରଣ ଏକାନ୍ତ ଜରୁରୀ । ଆମେ ସମସ୍ତେ ପରସ୍ପରଙ୍କ ସହଯୋଗରେ କରୋନା ଯୁଦ୍ଧରେ ଲଢି ବିଜୟୀ ହେବା ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି ।

Spread the love