ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଗାଁ ଗାଁକୁ ଯାଇ ଅବଗତ କରାନ୍ତୁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତା : ସମୀର ମହାନ୍ତି

ଭୁବନେଶ୍ୱର, ତା.୧୦/୦୧: ମହିଳା ସଶକ୍ତୀକରଣକୁ ନେଇ କେନ୍ଦ୍ରରେ ମୋଦି ସରକାର ପ୍ରତିଶୃତିବଦ୍ଧ । ଦେଶର ମାଁ ଓ ଭଉଣୀମାନଙ୍କୁ ଆର୍ଥୀକ ସ୍ୱାବଲମ୍ଭୀ କରିବା ସହିତ ରାଷ୍ଟ୍ର ନିର୍ମାଣରେ ତାଙ୍କ ଅବଦାନ ସୁନିଶ୍ଚିତ ହୋଇପାରିଲେ ଯାଇ ବାସ୍ତବରେ ସଶକ୍ତୀକରଣ ସମ୍ଭବ ହୋଇପାରିବ । ଏଥି ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ରାଷ୍ଟ୍ରୀୟ ଗ୍ରାମୀଣ ଆଜିବୀକା ମିଶନ ଜରିଆରେ ସଂପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଅନ୍ୟ ପଟେ ଓଡିଶାରେ ଭୋଟ ସର୍ବସ୍ୱ ରାଜ୍ୟ ସରକାର ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି, ଶିଷ୍ଟାଚାରକୁ ଭୁଲି ଯାଇ ଯୋଜନାକୁ ‘ମିଶନ ଶକ୍ତି’ ନାମରେ ବ୍ରାଣ୍ଡିଂ କରି ଭୁଆଁ ବୁଲାଉଛନ୍ତି । କପି ପେଷ୍ଟର ବିଜେଡି ସରକାର କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଛି । ପ୍ରକୃତ ପକ୍ଷେ କୌଣସି ଯୋଜନାବଦ୍ଧ ଉଦ୍ୟମ ନାହିଁ । ସେହିପରି ମୋଦି ସରକାରଙ୍କ ସମସ୍ତ ଜନହିତକର ଯୋଜନାଗୁଡିକୁ ନିଜ ନାମରେ ବ୍ରାଣ୍ଡି କରିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଏହାର ସୁଫଳରୁ ବଂଚିତ କରି ଶାସକ ବିଜେଡିର କର୍ମୀମାନଙ୍କୁ ଲାଭାନ୍ୱିତ କରାଯାଉଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ଜନବିରୋଧୀ ଅଟେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଚାଉଳଠାରୁ ଆରମ୍ଭ କରି ବାସଗୃହ, ପାଇଖାନା, ପାନୀୟ ଜଳ ଭଳି ଅନେକ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନିଜ ନାମରେ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ମା ଓ ଭଉଣୀଙ୍କୁ ସଶକ୍ତୀକରଣ କରିବା ବଦଳରେ ଶୋଷଣ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ରାଜ୍ୟର ଗାଁ ଗାଁକୁ ଯାଇ ଅବଗତ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଅନୀତା ପଟ୍ଟନାୟକ, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ମହିଲା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣ. ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜିକା ଶତରୂପା ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love