ଗତ ୯ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ଭାରତବର୍ଷକୁ “ଆତ୍ମନିର୍ଭର ଭାରତ”ରେ ଗଢି ତୋଳିଛନ୍ତି : ସମୀର ମହାନ୍ତି
ଭୁବନେଶ୍ୱର, ତା.୦7/୦6: ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରରେ ସରକାରର ୯ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିଦେ୍ର୍ଦଶକ୍ରମେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଗତ ମେ ୩୧ରୁ ଆସନ୍ତା ୩୦ ଜୁନ ପର୍ଯ୍ୟନ୍ତ ଏକ ମାସ ଧରି ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ ଆରମ୍ଭ ହୋଇଛି । ଏହି ‘ସଂପର୍କରୁ ସମର୍ଥନ’ ଅଭିଯାନରେ ସାମିଲ ହୋଇ ସଫଳ କରିବାକୁ ରାଷ୍ଟ୍ରୀୟ ସ୍ତରରେ ଏକ ୨୮୮ ଜଣ ବରିଷ୍ଠ ନେତୃତ୍ୱଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ସାମିଲ ଥିବା ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗତ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ଗସ୍ତ ଅବସରରେ ଶ୍ରୀ ମହାନ୍ତି ୪ଟି ଲୋକସଭା ଅନ୍ତର୍ଗତ ୧୨ଟି ବିଧାନସଭାରେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ସ୍ଥାନୀୟ ବାସିନ୍ଦାଙ୍କ ପାଖରେ ପହଂଚାଇଛନ୍ତି ।
ଗସ୍ତ ଅବସରରେ ଶ୍ରୀ ମହାନ୍ତି ମହାସମୁଦ୍ର ଲୋକସଭାର ସରେଇପାଲି ଓ ବସନା ବିଧାନସଭା; ଦୁର୍ଗ ଲୋକସଭାର ଭିଲାଇ ସିଟି, ଦୁର୍ଗ ସିଟି, ଦୁର୍ଗ ଗ୍ରାମୀଣ ବିଧାନସଭା; ରାୟପୁର ଲୋକସଭାର ରାୟପୁର; ରାଜନନ୍ଦନଗାଁଓ ଲୋକସଭାର ଡଙ୍ଗରଗଡ, ଖେରାଗଡ, କବର୍ଦ୍ଧା, ପଣ୍ଡରିଆ ଓ ଡଙ୍ଗରଗାଓଁରେ ବିଭିନ୍ନ ସଭା ସମିତି କରିଥିଲେ । ଅତୀତରେ ଯୋଜନାଗୁଡିକ କେବଳ କାଗଜ କଲମରେ ସୀମିତ ଥିଲା ଏବଂ ଧୁଳି ବସିଯାଉଥିଲା । ଗତ ୯ ବର୍ଷ ହେଉଛି ଭାରତବର୍ଷ ପାଇଁ “ନବନିର୍ମାଣ” ଏବଂ “ଗରୀବକଲ୍ୟାଣ” ର ୯ ବର୍ଷ । ଏକବିଂଶ ଶତାବ୍ଦୀ ହେଉଛି ଭାରତବର୍ଷର ବୋଲି ଆଜି ସମଗ୍ର ବିଶ୍ୱ କହୁଛି । ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” କୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଜାତିବାଦ’୍, ‘ପରିବାରବାଦ’୍, ‘ଭ୍ରଷ୍ଟାଚାର’ ଏବଂ ‘ତୁଷ୍ଟିକରଣ’ର ରାଜନୀତିକୁ ଅନ୍ତ କରି ‘ବିକାଶବାଦ୍ ରାଜନୀତି’ର ପ୍ରତିଷ୍ଠା କରିଛନ୍ତି । ଆଜି ଭାରତର ବିକାଶରେ ଗତି, ପ୍ରଗତି, ଶକ୍ତି, ସୁରକ୍ଷା ଓ ସଂଯମତା ଅଛି । ଏହା ହେଉଛି ନୂତନ ଭାରତ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ଭାରତ, ମିଶନ ଇଣ୍ଡିଆ ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ଭାରତବର୍ଷ । ଗତ ୯ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ଭାରତବର୍ଷକୁ “ଆତ୍ମନିର୍ଭର ଭାରତ”ରେ ଗଢି ତୋଳିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଗସ୍ତ ଅବସରରେ ଶ୍ରୀ ମହାନ୍ତି ପ୍ରବାସୀ ଓଡିଆ ସମାଜଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଶ୍ରୀ ମହାନ୍ତି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।