ସଭାପତି ଭାବେ ଦାୟିୟ୍ୱ ଗ୍ରହଣ କଲେ ସମୀର ମହାନ୍ତି

ରାଜ୍ୟ ବିଜେପିର ସଭାପତି ଭାବେ  ବରିଷ୍ଠ ନେତା ସମୀର ମହାନ୍ତି ଆଜି ଦାୟତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ  ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ କରାଯାଇଛି । ସେଠାରେ ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ମୁଖିଆ ଭାବେ ବିଦ୍ଧିବଦ୍ଧ ଦାୟିତ୍ୱ ନେଇଛନ୍ତି । ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ସାଂସଦ ଅପରାଜିତା ଷଡ଼ଙ୍ଗୀ,  ବିଦାୟୀ ସଭାପତି ବସନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଗତକାଲି ସଭାପତି ପଦ ପାଇଁ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟମାନେ ସମୀର ମହାନ୍ତିଙ୍କ ନାଁରେ ସହମତି ଜଣାଇଥିଲେ । ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଯାଞ୍ଚ କରାଯାଇ ସମୀର ମହାନ୍ତିଙ୍କୁ ବିଦ୍ଧିବଦ୍ଧଭାବେ ସଭାପତି ଭାବେ ଘୋଷଣା କରାଯାଇଥିଲା।ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦଳ ତାଙ୍କଠାରୁ ବହୁତ କିଛି ଆଶା କରିଛି। ସମସ୍ତ ସଦସ୍ୟଙ୍କୁ ନେଇ ସେ କିପରି ଦଳକୁ ଆଗକୁ ନେଉଛନ୍ତି ତାହା ଦେଖିବା ବାକି ରହିଲା।

Spread the love