ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ସ୍ୱର୍ଗତ ନାୟକଙ୍କ ଭୁମିକା ସର୍ବଦା ଚିରସ୍ମରଣୀୟ ହୋଇରହିବ: ସମୀର ମହାନ୍ତି

ଭୁବନେଶ୍ୱର, ତା.୨୪/୦୭: କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ସୁବାଷ ଚନ୍ଦ୍ର ନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ସ୍ୱର୍ଗତ ନାୟକଙ୍କ ଭୁମିକା ସର୍ବଦା ଚିରସ୍ମରଣୀୟ ହୋଇରହିବ । ଜଣେ ଭଦ୍ର, ସରଳ, ନମ୍ର, ମେଳାପୀ ସ୍ୱାଭବର ସ୍ୱର୍ଗତଃ ନାୟକ ସାମ୍ବାଦିକ ଏବଂ ସମାଜସେବୀ ଭାବେ ବେଶ୍‌୍ ପରିଚିତ ଥିଲେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ସ୍ୱର୍ଗତଃ ନାୟକଙ୍କ ପରିବାର, ବନ୍ଧୁଜନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ସାହସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।

Spread the love