ଆମ ଦଳ ତଥା ରାଜ୍ୟ ସିନେମା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି : ସମୀର ମହାନ୍ତି

ଭୁବନେଶ୍ୱର, ୧୧/୦୧: ପ୍ରଖ୍ୟାତ ଅଭିନେତାତଥା ବରିଷ୍ଠ ବିଜେପି ନେତା ମିହିର ଦାସ୍‌ଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମିହିର ଭାଇ ଜଣେ ଯୁଗଜନ୍ମା କଳାକାର ଭାବେ ଅନେକ ଚଳଚ୍ଚିତ୍ରରେ ତାଙ୍କ ନିପୁଣ ଅଭିନୟରେ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିବା ସହ ଅନେକ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଆମ ଦଳ ତଥା ରାଜ୍ୟ ସିନେମା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ କହିଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଦାସଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ମହାନ୍ତି ସମବେଦନା ଜ୍ଞାପନ କରିଛନ୍ତି ।

Spread the love