ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ। ତେବେ ଏହାରି ମଧ୍ୟରେ ଏବେ ଓଡ଼ିଶାରେ ନେତା ମନ୍ତ୍ରୀଙ୍କୁ ମଧ୍ୟ କରୋନା ଗ୍ରାସ କରୁଛି।

ପ୍ରଥମେ ଅନେକ ବିଜେଡି ବିଧାୟକ କରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ରାଜ୍ୟ ବିଜେପି ମୁଖିଆ ସମୀର ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥ ହେବାରୁ ତାଙ୍କୁ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରଥମେ କିଛି ଅସୁସ୍ଥତା ଅନୁଭବ କରିବାରୁ ସେ ନିଜର କରୋନା ଟେଷ୍ଟ କରିଥିଲେ। ଏହାପରେ ସେ ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା ।

ସମୀର କହିଛନ୍ତି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଥିଲେ ସେମାନେ ନିଜକୁ ଆଇସୋଲେସନ୍‌ରେ ରଖନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ନିଜର କରୋନା ଟେଷ୍ଟ ମଧ୍ୟ କରେଇ ନିଅନ୍ତୁ।

Spread the love