ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଲେ ସମୀର ମହାନ୍ତି

ଭୁବନେଶ୍ୱର, ତା.୧୭/୧୦: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧିର ୧୨ତମ କିସ୍ତି ଦେଶର କୃଷକ ଭାଇ, ଭଉଣୀଙ୍କୁ ପ୍ରଦାନ କରିଛନ୍ତି । ଏହି ପିଏମ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ଚାଷୀଙ୍କୁ ପ୍ରତିବର୍ଷ ତିନୋଟି କିସ୍ତିରେ ୬ ହଜାର ଟଙ୍କା ନିୟମିତ ଭାବେ ଦେଇ ଆସୁଛନ୍ତି କେନ୍ଦ୍ର ସରକାର ।
ଏହି ଯୋଜନାରେ ଓଡିଶାର ଲକ୍ଷ ଲକ୍ଷ ଚାଷୀ ସହାୟତା ପାଇବା ସହ ଉପକୃତ ହେଉଛନ୍ତି । କୃଷକମାନଙ୍କୁ କେନ୍ଦ୍ର ସରକାର ନିୟମିତଭାବେ ସହାୟତା ଓ ସମ୍ମାନ ପ୍ରଦାନ କରୁଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।
ଅନ୍ୟ ପକ୍ଷରେ ଓଡିଶା ସରକାର କେନ୍ଦ୍ରକୁ କୃଷକମାନଙ୍କ ତାଲିକା ପ୍ରଦାନ କରିବାରେ ଟାଳଟୁଳ ନୀତି ଯୋଗୁଁ ରାଜ୍ୟର ଆହୁରି ଅନେକ ଚାଷୀଭାଇମାନେ ପିଏମ କିଷାନ ସହାୟତା ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ୨୩ବର୍ଷର ଶାସନରେ ରହି ରାଜ୍ୟ ସରକାର ଯାହା କରିନାହାନ୍ତି ୮ବର୍ଷ କେନ୍ଦ୍ରରେ ରହି ମୋଦି ତାହା କରି ଓଡ଼ିଶା ଚାଷୀଙ୍କ ମନ କିଣିପାରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love