ଆଜି ଡିଇଓଙ୍କ ସହ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ୧୮।୦୭: ଆସନ୍ତା ୨୬ରୁ ଖୋଲିବ ୧୦ମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସ୍କୁଲ ଖୋଲିବା ଓ ଏସଓପି ଲାଗୁ ସଂପର୍କରେ ରବିବାର ୪ଟାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ବୈଠକ । ସମସ୍ତ  ଡିଇଓମାନଙ୍କ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ । କରୋନା ସମୟରେ ଖୋଲିବାକୁ ଥିବା ସ୍କୁଲମାନଙ୍କରେ କିଭଳି ଏସ୍‌ଓପି ପାଳନ ହେବେ, ସେନେଇ ନେଇ ବୈଠକରେ ଆଲୋଚନା କରାଯିବ ।

ସେହିପରି  ନୋଡାଲ ଅଫିସର  ମାନେ ବିଭିନ୍ନ ଜିଲ୍ଲା  ଗସ୍ତ  କରୁଛନ୍ତି । ସେମାନେ ସ୍କୁଲ ଗୁଡିକରେ ଏସ୍‌ଓପି  ସଠିକ ଭାବେ ପାଳନ କରାଯାଉଛି କି  ନାହିଁ  ଯାଞ୍ଚ କରିବେ।ପରବର୍ତ୍ତୀ ସମୟରେ ନିଜେ ଶିକ୍ଷା ମନ୍ତ୍ରୀ  ସ୍ଥିତି  ପରଖିବା ପାଇଁ ଜିଲ୍ଳା ଗସ୍ତରେ ଯିବେ। ଆବାସିକ ବିଦ୍ୟାଳୟର ହଷ୍ଟେଲ ଖୋଲିବା  ନେଇ  କୌଣସି  ନିଷ୍ପତି  ନିଆଯାଇନାହିଁ । ଆଜିର ବୈଠକରେ ସ୍କୁଲର ପରିଷ୍କାର, ପାରିଛନତା, ସାନିଟାଇଜ ଓ କିପରି ପାଠପଢ଼ା ଉପଯୋଗୀ ହୋଇପାରିବ  । ସେ ସଂପର୍କରେ ଅଧିକ ଆଲୋଚନା କରାଯିବ ।

Spread the love