ଗହଣା ନ ବାହାରିବାରୁ ବୃଦ୍ଧାଙ୍କୁ ମାରିଦେଲେ ଲୁଟେରା…

ସାନଖେମୁଣ୍ଡି, ୧୧|୦୯: ଚୋରି କରିବାକୁ ଆସିଥିଲେ । ବୃଦ୍ଧାଙ୍କୁ ଲୁଟ୍ କରି ହତ୍ୟା କଲେ ଲୁଟେରା । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ।

ସୂଚନାନୁସାରେ, ଶନିବାର ରାତିରେ ରାମେୟା ପାତ୍ର ନାମକ ଜଣେ ବୃଦ୍ଧ ଘର ବାରଣ୍ଡାରେ ଶୋଇଥିଲେ । ତାଙ୍କ ଘରେ ବାଦ୍ରୀ ଆଡ଼ି ପାତ୍ର ଘର ଭିତରେ ଶୋଇଥିଲେ। ଲୁଟେରାମାନେ ଘରର ପଛ କବାଟ ଦେଇ ତାଲା ଭାଙ୍ଗି ପଶିଥିଲେ ।  ଏହାସହ ବୃଦ୍ଧାଙ୍କୁ ଲୁଟ୍ କରିଥିଲେ । ଆହୁରି ମଧ୍ୟ ଲୁଟ୍ ପରେ ତାଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ଦୁଇ କାନ ନାକ ଏବଂ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ  ମଧ୍ୟ ମିଳିଛି। ତେବେ ବୃଦ୍ଧା ଜଣଙ୍କ ପିନ୍ଧି ଥିବା ଗହଣା ନବାହାରିବାରୁ ଲୁଟେରାମାନେ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଛି ।   ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣା ବାବଦରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି ସେ କହିଛନ୍ତି ।

Spread the love