ସନାତନ ଧର୍ମକୁ ନେଇ ମନ୍ତ୍ରୀଙ୍କୁ କଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ସନାତନ ଧର୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ଉକ୍ତ ପ୍ରସଙ୍ଗରେ ଅଧିକ କହିବାରୁ ବଞ୍ଚିବାକୁ ମୋଦୀ ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଇଛନ୍ତି। ଦେଶର ନାଁ ବଦଳାଇବା ଉପରେ ମଧ୍ୟ ଅଧିକ କିଛି ନ କହିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସନାତନ ଧର୍ମ ଉପରେ ସରକାରଙ୍କ ମନ୍ତ୍ରୀ କହିବେ । ଭାଷାକୁ ନିୟନ୍ତ୍ରଣରେ ରଖି ଏହା ଉପରେ ଉଚିତ ଓ ସମୁଚିତ ଜବାବ ଦିଆଯିବାର ଆବଶ୍ୟକତା ରହିଛି । ଏହାସହ ସମ୍ପୂର୍ଣ୍ଣ ତଥ୍ୟ ସହ ମଧ୍ୟ କହିବା ଜରୁରୀ । କେବଳ ଅଧିକୃତ ଲୋକ ହିଁ ଏହା ଉପରେ କହିବେ ।

Spread the love