ରାଜ୍ୟ ସଂଗୀତକୁ ନେଇ ସ୍ୟାଣ୍ଡ ଆନିମେସନ

ଉତ୍କଳ ଜନନୀ ରାଜ୍ୟ ସଂଗୀତର ମାନ୍ୟତା ପାଇବା ପରେ ଏହାକୁ ନେଇ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ୨ ମିନିଟ ୧୭ ସେକେଣ୍ଡର ଏକ ଭିଡିଓରେ ସେ ବନ୍ଦ ଉତ୍କଳ ଜନନୀ ସଂଗୀତର ତାଳେ ତାଳେ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି। ଏହି ଗୌରବମୟ ଦିନକୁ ନେଇ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସାରା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ।
ସେ କହିଛନ୍ତି ଯେ, ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ଭାବେ ଅନୁମୋଦନ କରିଛନ୍ତି। ସାରା ଓଡ଼ିଶାବାସୀ ଏହି ସଂଗୀତ ସହ ଜଡିତ। ଓଡ଼ିଶାର କଳା, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦଯ୍ୟକୁ ନେଇ ଆମେ ଏହି ସ୍ୟାଣ୍ଡ ଆନିମେସ କରିଛୁ।

Spread the love