ବାଲୁକା କଳାରେ ଅକ୍ଷୟ ତୃତୀୟା ବାର୍ତ୍ତା, ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ପୁରୀ୦୩/୦୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ । ତେଣୁ ଏହି ଅବସରରେ ପୁରୀର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।‌

ରଥ ନିର୍ମାଣ ପାଇଁ ଅନୁକୂଳ ହେବାକୁ ଥିବା ତିନୋଟି ରଥ କାଠକୁ ସେ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଥିବା ବେଳେ ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାଙ୍କୁ ସ୍ଥାନ ଦେଇଛନ୍ତି।‌

ଏହି ବାଲୁକା କଳା ମାଧ୍ୟମରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ନିର୍ମିତ୍ତ ଏହି ବାଲୁକା କଳା ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ ଦେଖିବାକୁ ମିଳିଛି।  

Spread the love