ବାଲୁକା କଳାରେ ହୋଲି ପର୍ବର ଶୁଭେଚ୍ଛା, ପ୍ରାକୃତିକ ରଙ୍ଗରେ “Happy Holi” ବାର୍ତ୍ତା

ପୁରୀ ୧୮/୦୩ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶାର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣ ଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମ ରେ ନିର୍ମାଣ କରିଛନ୍ତି। ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ୧୫ଟନ ବାଲିର ଉପଯୋଗ କରାଯାଇଛି ଏବଂ ଏଥିରେ “Happy Holi”ର ବାର୍ତ୍ତା ଦେଇ ଜନ ସମାଜକୁ ପ୍ରାକୃତିକ ରଙ୍ଗ ବ୍ୟବହାର କରି covid-19 ର ନିୟମ ମାନି ହୋଲି ପର୍ବକୁ ପାଳନ କରିବା ପାଇଁ ଅନୁରୋଧ କରିବା ସହିତ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି |

Spread the love