ଆଜି ଅନ୍ତର୍ଜାତୀୟ ‘ବ୍ୟାଘ୍ର ଦିବସ’ ବାଲୁକାକଳାରେ ଶିଳ୍ପୀ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା

ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା। ଏଥିରେ ପ୍ରାୟ ୧୫ଫୁଟ୍‌ ଲମ୍ବର ଏକ କଲରାପତରିଆ ବାଘର କଳାକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ଆଜିର ଏହି ବାଲୁକାକୃତି ପ୍ରଦର୍ଶନୀର ବିଷୟବସ୍ତୁ ରଖିଛନ୍ତି “Save us to Save the environment”। ଏହି ବାଲୁକାକୃତି ପ୍ରଦର୍ଶନୀରେ ବିଶେଷକରି ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ। ଧିରେଧିରେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ବିଶ୍ୱରେ ବାଘ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି। ଏଣୁ ପରିବେଶ ସନ୍ତୁଳନ ରଖିବା ସହ ବାଘ ସଂଖ୍ୟା ବୃଦ୍ଧି କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକୃତି ଜରିଆରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

Spread the love