ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ କରନ୍ତୁ ଏଭଳି ଶନିଦେବଙ୍କ ପୂଜା..

ମନୁଷ୍ୟର ଜୀବନକାଳ ମଧ୍ୟରେ ନାକ୍ଷତ୍ରିକ ମତାନୁସାରେ ବୁଧମହାଦଶା ପରେ ଓ ବୃହସ୍ପତି ମହାଦଶା ପୂର୍ବରୁ ଶନିର ମହାଦସା ଭୋଗ ହୁଏ। ଏ ମହାଦଶାର ଭୋଗକଳ ଦଶ ବର୍ଷ କେତେ ମତରେ ଶନିମହାଦଶା 19 ବର୍ଷ ଓ ତାହା ବୃହସ୍ପତି ମହାଦଶା ପରେ ଓ ବୁଧ ମହାଦଶା ପୂର୍ବରୁ ପଡ଼େ ଶନି ଗ୍ରହଙ୍କ ଶାନ୍ତି ନିମିତ୍ତ କୀ ହି, ତେଳ, କୃଷ୍ଣତିଳ, ମହିଷ ଓ ଲୌହଦାନ ପ୍ରଶସ୍ତ ଶନିବାରର ଜ୍ୱର ଧରିଲେ ଉକ୍ତ ଜ୍ୱର କଷ୍ଟପ୍ରଦ ହୁଏ। ଶନି ମହାଦଶା ପ୍ରଭାବରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ଅଚାନକ ଦୁର୍ଘଟଣା, ରୋଗ, ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ, ଡିଭୋର୍ସର ସମ୍ଭାବନା, ମାତୃ କଷ୍ଟ, ହଠାତ୍ ଚାକିରୀ କ୍ଷେତ୍ରରୁ ବହିଷ୍କାର, ରାଜଦ୍ଵାରେ ଦଣ୍ଡ ଏହି ଭଳି ସମସ୍ୟା ଦେଖା ଦେଇଥାଏ। ନିମ୍ନରେ ଦିଆଯାଇଥିବା ପ୍ରତିକାର କଲେ ନିଶ୍ଚୟ ଭାବେ ସଫଳତା ପ୍ରାପ୍ତି ହେବ ।

– ଶନିଙ୍କର ବୀଜ ମନ୍ତ୍ର ପ୍ରତିଦିନ 108 ଥର ପାଠ କରନ୍ତୁ। ଘରେ ଗୋଟେ ଶନି ଜନ୍ତ୍ର ରଖି ପୂଜା କରନ୍ତୁ। ସୋରିଷ ତେଲରେ ଏକ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ।

– “ଓଁ ପ୍ରାଂ ପ୍ରିଂ ପ୍ରୂଂ ଫ ସଂ ଶନିଶ୍ଚରାୟ ନମଃ” ଏହି ମନ୍ତ୍ରକୁ ଯଦି ଆପଣ 41 ଦିନରେ 19,000 ଥର ପାଠ କରି ପାରିଲେ, ନିଶ୍ଚୟ ଭାବେ ସର୍ବ ମନୋସ୍କାମନା ପୂରଣ ହୋଇଥାଏ। ଏହା ବହୁ ପରୀକ୍ଷିତ ଉପାୟ ଓ ଫଳଦାୟୀ ।

   – ଯଦି ଜାତକରୁ ଶନି ଅଶୁଭ ଫଳର ସୂଚନା ମିଳେ, ତେବେ ହନୁମାନଙ୍କର ବିଶେଷ ଭାବେ ପୂଜା କରିବା ଦ୍ୱାରା ସଫଳତା ମିଳିଥାଏ। ହନୁମାନ ହେଉଛନ୍ତି ସଙ୍କଟ ନାଶକ। ତେଣୁ ସବୁ ଦିନେ ହନୁମାନ ଚାଳିଶା ପାଠ କରନ୍ତୁ ।

– ଶନିବାର ଦିନ ସକାଳୁ ଉଠି ଗାଧୋଇ ସାରି ଗରିବ କିମ୍ବା ଦିବ୍ଯାଙ୍ଗ ବ୍ଯକ୍ତିଙ୍କୁ ସୋରିଷ ତେଲ, ରାଶି, ବିରି ଡାଲି ଏହି ଗୁଡିକୁ କଳା କାନର ଗୁଡାଇ ଦାନ କରନ୍ତୁ। ଏହା ନିଶ୍ଚୟ ଭାବେ ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ ସହାୟକ ହେବ।

    -ପ୍ରତି ଶନିବାର ଦିନ ଉପବାସ ରହି ଶନି ବ୍ରତ କରନ୍ତୁ। ଦଶରଥ କୃତ ଶନି ମହାଗ୍ରହଃ ସ୍ତୋତ୍ର ପାଠ କରନ୍ତୁ ।

– ଯାଦି ଆପଣ ରୁବୀ ଷ୍ଟୋନ 8 ରୁ 13 କ୍ୟାରେଟର ରୂପରେ ତିଆରି କରି ଡାହାଣ ହାତର ମଝି ଆଙ୍ଗୁଠିରେ ଧାରଣ କରନ୍ତି ଏହାଦ୍ଵାରା ମଧ୍ୟ ଆଶାତୀତ ଅନେକ ସଫଳତା ପାଇ ପାରିବେ। ଏହା ଆପଣଙ୍କୁ ସର୍ବ ସିଦ୍ଧି କରାଇ ବରେ ସହାୟକ ହେବ।

– ପ୍ରତିଦିନ ସକାଳୁ ଉଠି ଗାଧୋଇ ସାରିବା ପରେ ଠିକ୍ 8ଟା ବେଳେ, ଏକ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ଟିକେ ଗୁଡ, ଲାଲ କିମ୍ବା ହଳଦିଆ ରଙ୍ଗର ଫୁଲ, ରାଶି, ରକ୍ତ ଚନ୍ଦନ, କୁମକୁମ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଜଳ ଅର୍ପଣ ସମୟରେ ହିଁ ସୂର୍ଯ୍ୟଙ୍କୁ ନିଜର ମନରେ ଥିବା ସବୁ କଥା କୁହନ୍ତୁ। ନିଶ୍ଚୟ ଭାବେ ସର୍ବ ମନୋସ୍କାମନା ସିଦ୍ଧ ହେବ। ଶନିଙ୍କ ମହା ପ୍ରକୋପରୁ ମୁକ୍ତି ମିଳିବ।

Spread the love