“ମୁଁ ପାକିସ୍ତାନ ଖେଳାଳିଙ୍କ ମାଆ ନୁହେଁ- ସାନିଆ ମିର୍ଜା”, କାହିଁକି କହିଲେ ଏମିତି…
Have some guts & don’t delete ur tweets.Fortunately the technology has progressed so much that people can’t deny their acts.Oh the magazine’s cover u mentioned had morphed images.Also I can bringup all the controversies U have ever had bt I would rather not divert the discusion. pic.twitter.com/8qednFvEBz
— VEENA MALIK (@iVeenaKhan) June 17, 2019
ଗତ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନ ଟିମ୍ ଭାରତ ଠାରୁ ହାରିବା ପରେ ପାକିସ୍ତାନୀ ଫ୍ୟାନ ମାନେ ନିଜ ଖେଳାଳିଙ୍କୁ କଟୁ ସମାଲୋଚନା କରୁଛନ୍ତି। କେଉଁଠି କେହି ଟିଭି ଭାଙ୍ଗିବା ସହ କେହି ପୋଷ୍ଟରରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ ଭାରତୀୟ ଟେନିସ ଖେଳାଳି ସନିଆ ମିର୍ଜା ଓ ପାକିସ୍ତାନୀ କଳାକାର ବୀଣା ମଲ୍ଲିକଙ୍କ ମଧ୍ୟରେ ଟ୍ବିଟର ଓ୍ବାର ହୋଇଯାଇଛି । ଏକ ଟ୍ବିଟରେ ଜବାବ ଦେଇ ସାନିଆ କହିଛନ୍ତି “ମୁଁ ମୋ ପିଲାର ଯତ୍ନ କେମିତି ନେବି ତାହା ଆପଣଙ୍କର କିମ୍ବା ବାକି ଦୁନିଆର ଚିନ୍ତା ନୁହେଁ “।
ପ୍ରକାଥ ଥାଉକି, ସାନିଆ ମିର୍ଜା ଓ ବୀଣା ମଲ୍ଲିକଙ୍କ ମଧ୍ୟରେ ଜଂକ ଫୁଡକୁ ନେଇ ଆଲୋଚନା ହୋଇଥିଲା । ଏହାସହ ବିଣା ଟ୍ବିଟରେ ସାନିଆକୁ କହିଥିଲେ ଯେ ବାହାର ଖାଦ୍ୟ ଖେଳାଳୀଙ୍କ ଫିଟନେସ ପ୍ରତି ଖରାପ ପ୍ରଭାବ ପକାଇବ । ବିଣା ଆହୁରି କହିଛନ୍ତି ସାନିଆ “ମୁଁ ପିଲାକୁ ନେଇ ବହୁତ ଚିନ୍ତିତ ଅଛି । ଆପଣ ଆପଣଙ୍କ ପିଲାକୁ ନେଇ ଶିଶା ପ୍ୟାଲେସରେ ଅଛନ୍ତି ଏହା ସ୍ୱାସ୍ଥ୍ୟପ୍ରତି ଠିକ୍ କି । ମୋ ଜାଣିବାରେ ଅର୍ଚ୍ଚି ରେସ୍ତୋରାଂ ଜଂକ ଫୁଡ ପାଇଁ ପ୍ରସିଦ୍ଧ। ସେଠାକୁ ଆଥଲେଟିକ୍ସଙ୍କୁ ନେଇ ଯିବା ଠିକ୍ ନୁହେଁ “।
ସାନିଆ ଆପଣ ନିଜେ ଜଣେ ଆଥଲେଟ, ଏମିତି କରିବା ଠିକ୍ ନୁହେଁ । ବିଣା ମଲ୍ଲିକଙ୍କ ଏହି ଟ୍ବିଟର ଜବାବରେ ସାନିଆ ମିର୍ଜା କଡା ଜବାବ ଦେଇ କହିଛନ୍ତି ମୁଁ ପିଲାର ଯତ୍ନ କେମିତି ବି ନିଏ ନା କାହିଁକି ଏହା ଆପଣଙ୍କ କିମ୍ବା ବାକି ଦୁନିଆର ଚିନ୍ତା ନୁହେଁ । ମୁଁ ପାକିସ୍ତାନ ଟିମର ମାଆ ନହେୁଁ କି ଡାଇଟେସିଆନ ନୁହେଁ । ନା ମୁଁ ପ୍ରିନ୍ସପାଲ ନା ଶିକ୍ଷକ। ଅନ୍ୟପକ୍ଷରେ ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ କୁହାଯାଉଛି ଯେ ପାକିସ୍ତାନ ଖେଳାଳି ଶନିବାର ରାତିରେ ଇଂଲଣ୍ଡରେ ଡିନର ପାଇଁ ରେସ୍ତୋରାଂକୁ ଯାଇଥିଲେ । ସେଠାରେ କେହି ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଛାଡିଛନ୍ତି ।