ଶୋଏବଙ୍କ ପୂର୍ବରୁ ସାହିଦ୍‌ଙ୍କୁ ଡେଟ୍‌ କରୁଥିଲେ ସାନିଆ ! କରିବାକୁ ଚାହୁଁଥିଲେ ବିବାହ

ମୁମ୍ଵାଇ ୧୪।୧୧: ସାନିଆ ମିର୍ଜା ଏବଂ ଶୋଏବ ମଲିକ। ଦୁହେଁ କ୍ରୀଡା ଜଗତର ଷ୍ଟାର ଖେଳାଳୀ। ବର୍ତ୍ତମାନ ଉଭୟ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ବିଷୟରେ ଆଲୋଚନା ହେଉଛି। ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଅଲଗା ହେବାର ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଏହି ଖବର ମଧ୍ୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁଇଜଣଙ୍କର ଏକ ଶୋ’ ଆସୁଛି। ଏହି ସବୁକୁ ଦେଖିଲା ପରେ ସମସ୍ତେ ଭାବୁଛନ୍ତି ବୋଧ ହୁଏ ଏହା ଗୁଜବ ବା ପବ୍ଲିସିଟି ଷ୍ଟଣ୍ଟ ଥିଲା।   କିନ୍ତୁ ଆପଣ ଜାଣନ୍ତି କି ଏକ ସମୟ ଥିଲା ତାଙ୍କ ନାମ ବଲିଉଡ ଅଭିନେତା ସହିଦ କପୁରଙ୍କ ସହ ମଧ୍ୟ ଜଡିତ ଥିଲା। ହଁ, ଏକ ସମୟରେ ସାନିଆ ଏବଂ ସାହିଦଙ୍କ ସଂପର୍କରେ ଥିବା ବିଷୟରେ ଅନେକ ଗୁଜବ ଉଠିଥିଲା। କରଣ ଜୋହର ମଧ୍ୟ ସାନିଆ ମିର୍ଜାଙ୍କୁ ଏହି ବିଷୟରେ ପଚାରିଥିଲେ। ଯେତେବେଳେ ସେ କରଣଙ୍କ ସହ କଫି ଶୋ’ରେ ପହଞ୍ଚିଥିଲେ। କରଣ ସାନିଆଙ୍କୁ ପଚାରିଥିଲେ, ‘ଏହା କିପରି ହୋଇପାରେ ଯେ ତୁମକୁ କେବେ ହିନ୍ଦୀ ଚଳଚ୍ଚିତ୍ର ହିରୋମାନେ ଆପ୍ରୋଚ୍‌ କରି ନାହାନ୍ତି।

ସାନିଆ କହିଥିଲେ, ‘ଏହା ମୋ ସହିତ କେବେ ହୋଇ ନାହିଁ’ । ତା’ପରେ କରଣ କୁହନ୍ତି, ‘ତୁମକୁ ନେଇ ସାହିଦଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। କିଛି ସତ୍ୟ ଥିଲା କି? ଏହା ଉପରେ ସାନିଆ କୁହନ୍ତି, ‘ମୋର ମନେ ନାହିଁ, ଏହା ବହୁ ପୂର୍ବର କଥା। ଏପରି କହି କଥାକୁ ଆଡେଇ ଦେଇଥିଲେ। ଯାହାକୁ ନେଇ ନା ନା କଳ୍ପନା ହୋଇଥିଲା।

Spread the love