ଶନିବାର ଦିନ କରନ୍ତୁ ଏହି ୩ ଟି କାର୍ଯ୍ୟ, ଘରୁ ଯିବ ସମସ୍ତ ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ସୁଖ ପରେ ଦୁଃଖ ର ଆଗମନ ହୋଇଥାଏ ଏବଂ ଏହି ଦୁଃଖ କୁ ନିଜ ଜୀବନ ରୁ ଦୁରେଇ ଦେବା ପାଇଁ ବ୍ୟକ୍ତି ଅନେକ ପ୍ରୟାସ କରିଥାଏ ଏବଂ ବିଭିନ୍ନ ପ୍ରକାର ଉପାୟ ର ପ୍ରୟୋଗ କରିଥାଏ । ଯଦି କୌଣସି ବ୍ୟକ୍ତି ର ଶନି ଦଶା ଚାଲିଥାଏ ତେବେ ସେହି ବ୍ୟକ୍ତି ର ଜୀବନ ରେ ଖରାପ ସମୟ ର ଆଗମନ ହୋଇଥାଏ । ବ୍ୟକ୍ତି ଯେତେ ଚେଷ୍ଟା କରିଲେ ମଧ୍ୟ ନିଜ ଜୀବନ ରୁ ଅସୁବିଧା କୁ ଦୁରେଇ ପାରି ନଥାଏ । ଭଗବାନ ଶନିଦେବ ଯେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ବ୍ୟକ୍ତି ର ଜୀବନ କୁ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ କରି ଦେଇଥାନ୍ତି ।

କିନ୍ତୁ ଯଦି ଭଗବାନ ଶନିଦେବ କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇଥାନ୍ତି ତେବେ ସେହି ବ୍ୟକ୍ତିର ଜୀବନ କୁ ନର୍କ ସଦୃଶ କରି ଦେଇଥାନ୍ତି । ତେବେ ବନ୍ଧୁଗଣ ଭଗବାନ ଶନିଦେବ ଙ୍କ କୃପା ପାଇବା ନିମନ୍ତେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହାକୁ କରିବା ଦ୍ୱାରା ଭଗବାନ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଶନିଦେବ ଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସଦା ସର୍ବଦା ରହିବ । ତେବେ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ପ୍ରଥମତଃ, ଭଗବାନ ଶନିଦେବ ଙ୍କ ପୂଜା କାର୍ଯ୍ୟ ରେ ସୋରିଷ ତେଲ ର ବ୍ୟବହାର ହୋଇଥାଏ । ଏହି ତେଲ ଶନିଦେବ ଙ୍କ ପ୍ରିୟ ଅଟେ । ତେବେ ଶନିବାର ଦିନ କୌଣସି ଗରିବ ବ୍ୟକ୍ତି, ବ୍ରାହ୍ମଣ ଅଥବା ମନ୍ଦିରରେ ଆପଣ ସୋରିଷ ତେଲ ର ଦାନ କରନ୍ତୁ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ଆପଣ ସୋରିଷ ତେଲ ଦାନ କରୁଥିବା ସମୟରେ ଭଗବାନ ଶନିଦେବ ଙ୍କୁ ଅବଶ୍ୟ ସ୍ମରଣ କରନ୍ତୁ ଏବଂ କଳା ରଙ୍ଗର ବସ୍ତ୍ର ପରିଧାନ କରି ଏହି ଶୁଭ କାର୍ଯ୍ୟ କରନ୍ତୁ । ଏପରି କରିବା ଦ୍ବାରା ଭଗବାନ ଶନିଦେବ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଅବଶ୍ୟ ଲାଭ ହୋଇଥାଏ ଓ ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିଥାଏ ଓ ଏକ ସକରାତ୍ମକତା ଉର୍ଜା ର ସୃଷ୍ଟି ହୋଇଥାଏ ।

ଦ୍ବିତୀୟତଃ, ଭଗବାନ ଶନିଦେବ ଙ୍କ ବାହନ କାଉ ଅଟେ । ତେଣୁ ପ୍ରତ୍ୟେକ ଶନିବାର ଦିନ କାଉ କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଯଦି ଆପଣ କାଉ କୁ ଖୁସି କରାଇ ଦିଅନ୍ତି ତେବେ ଭଗବାନ ଶନିଦେବ ଙ୍କ କୃପା ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ । ଶନିବାର ଦିନ କାଉ କୁ ଚାଉଳ ଖାଇବାକୁ ଦିଅନ୍ତୁ ଅଥବା ଅନ୍ୟ କୌଣସି ଖାଦ୍ୟ ମଧ୍ୟ ଖାଇବାକୁ ଦେଇ ପାରନ୍ତି । ଏହି ଶୁଭ କାର୍ଯ୍ୟ କରିବା ପରେ ଭଗବାନ ଶନିଦେବ ଙ୍କ ଦର୍ଶନ ଥରେ ନିଶ୍ଚିତ ଭାବରେ କରନ୍ତୁ ଏବଂ ନିଜର ସମସ୍ତ ସମସ୍ୟା ଜଣାନ୍ତୁ । ଆପଣ ଦେଖିବେ ଆପଣଙ୍କ ଜୀବନରେ ଥିବା ସବୁ ପ୍ରକାର ଅସୁବିଧା ଦୂର ହେବ ଏବଂ ଆପଣଙ୍କ ଶତ୍ରୁ ମାନଙ୍କ ବିନାଶ ହେବ ।

ତୃତୀୟତଃ, ଶନିବାର ଦିନ ଲୁହା କିଣିବା ଅଥବା ବିକ୍ରି କରିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହି ଦିନ ଘରକୁ ନୂତନ ଲୁହା ସାମଗ୍ରୀ ଆଣନ୍ତୁ ଏବଂ ପୁରୁଣା ଲୁହା ସାମଗ୍ରୀ କୁ ବିକ୍ରି କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରର ବାତାବରଣ ଶୁଦ୍ଧ ହୋଇଥାଏ ଏବଂ ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ଏହି ଶୁଭ କାର୍ଯ୍ୟ କରିବା ସମୟରେ ଭଗବାନ ଶନିଦେବ ଙ୍କୁ ନିଶ୍ଚିତ ଭାବରେ ସ୍ମରଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଶନିଦେବ ଙ୍କ ଆଶୀର୍ବାଦ ଅବଶ୍ୟ ଲାଭ ହେବ ।

Spread the love