କୋଭିଡ ମୁକାବିଲା ପାଇଁ ଜାରି ଏସଓପି କୁ ମାନିବାକୁ ସଞ୍ଜୟ ଦାସବର୍ମା ଙ୍କ ଅନରୋଧ

ପଞ୍ଚମ ପର୍ଯ୍ୟାୟ ରାଜ୍ୟ ସରକାରଙ୍କ ଦ୍ଵାରା କୋଭିଡକୁ ମୁକାବିଲା କରିବା ପାଇଁ ଜାରି ଏସଓପି(ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରସିଡିୟର)କୁ ମାନିବାକୁ ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରି କହିଛନ୍ତି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ କ୍ରମେ ଅନୁରୋଧ କରିବାକୁ ଚାହେଁ ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣକୁ ପ୍ରଥମେ ଧନ୍ୟବାଦ ଦେବି । ଏଭଳି କଠିନ ସମୟରେ ଯେଉଁଭଳି ଭାବରେ ଧର୍ଯ୍ୟ ଏବଂ ସାହସ ପ୍ରଦର୍ଶନ କରୁଛନ୍ତି ଏବଂ ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ସର୍ବାଗ୍ରେ ଓଡ଼ିଶାର ସମସ୍ତ ଜନସାଧାରଣ ଏବଂ ବିଜୁ ଜନତା ଦଳର ସମସ୍ତ ମାନ୍ୟବର ବିଧାୟକ, ମାନ୍ୟବର ସାଂସଦ ଏବଂ ତୃଣମୂଳ ସ୍ତରରେ ୱାର୍ଡ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମସ୍ତ ସମ୍ମାନସ୍ପଦ ନିର୍ବାଚିତ ପ୍ରତିନିଧିମାନେ ଏଭଳି କଠିନ ସମୟରେ ଯେତେବେଳେ ପଞ୍ଚମ ପର୍ଯ୍ୟାୟରେ ରାଜ୍ୟ ସରକାର ଏସଓପି ଜାରିକରିଛନ୍ତି କିଭଳି ଭାବରେ ଆମେ କୋଭିଡକୁ ମୁକାବିଲା କରିବା । ସେହି ଏସଓପିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଁ ନିବେଦନ କରୁଛି ଏବଂ ମାନ୍ୟବର ବିଧାୟକମାନେ ଏବଂ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ୱାନକୁ ଯେତେ କଷ୍ଟ ହେଲେ ମଧ୍ୟ କିଭଳି ଭାବରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିବ ଏବଂ ସମ୍ମିଳିତ ଭାବେ ୫ମ ପର୍ଯ୍ୟାୟ କୋଭିଡ ମୁକାବିଲାର ରାଜ୍ୟ ସରକାରଙ୍କର ଏସଓପିକୁ ଅନୁପାଳନ କରିବା ।

ସେହିପରି ଶ୍ରୀ ବର୍ମା ଆହୁରି ମଧ୍ୟ କହିଛନ୍ତି, ସାରା ବିଶ୍ୱର କରୋନା ସ୍ଥିତି ଓ ସାରା ଭାରତବର୍ଷର ସ୍ଥିତି କୁ ଦେଖିଲେ ଆମ ରାଜ୍ୟର କରୋନା ମୁକାବିଲା ପ୍ରସ୍ତୁତି ସମଗ୍ର ଭାରତ ବର୍ଷରେ ପ୍ରଶଂସିତ ହୋଇଛି । ୫ମ ପର୍ଯ୍ୟାୟର ଇଏ ଏକ ଅତ୍ୟନ୍ତ କଠିନ ସମୟ ଯାହାକି ଆପଣମାନେ ଜାଣିଛନ୍ତି । ପ୍ରବାସରେ ଆମର ଯେଉଁ ଭାଇ ଓ ଭଉଣୀମାନେ ଥିଲେ ସେମାନେ ବହୁମାତ୍ରାରେ ଆସୁଛନ୍ତି । ତେଣୁ ୫ମ ପର୍ଯ୍ୟାୟ ଏସଓପିକୁ ଅନୁପାଳନ କରିବାକୁ ନିବେଦନ କରିଛନ୍ତି ।

ଅପରପକ୍ଷରେ ସମସ୍ତ ବିରୋଧୀ ଦଳ ଏବଂ ସମସ୍ତ ସଙ୍ଗଠନ ଓ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶ୍ରୀ ବର୍ମା ଧନ୍ୟବାଦ ଜ୍ଞାନପ କରିଛନ୍ତି ।

Spread the love