ଗୁଣପୁର ଓ ରାମନାଗୁଡ଼ାର କୋଭିଡ ହସ୍ପିଟାଲର ପରିଦର୍ଶନ କଲେ ସଞ୍ଜୟ ଦାସବର୍ମା

ଆଜି ସକାଳୁ ଗଜପତି ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋଭିଡ ହସ୍ପିଟାଲର ର ସ୍ଥିତି ପରଖିବା ପରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ରାୟଗଡା ଜିଲ୍ଲାର ଦୁଇଟି ବ୍ଲକ ଗୁଣପୁର ଓ ରାମନାଗୁଡ଼ା ଗ୍ରସ୍ତ କରିଥିଲେ ।ଗୁଣପୁର ପୌରପରିଷଦର ବିକ୍ରମପୁର ଠାରେ ଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହ ଅନୁସୁଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଉପ ଜିଲ୍ଲାପାଳ, ବିଡିଓ ଓ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସହିତ ଜିଲ୍ଲାର କରୋନା ସ୍ଥିତି ଏବଂ ସରକାରୀ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ଏହାର ସମୀକ୍ଷା କରିଥିଲେ ।

Spread the love