ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ବିଜେଡ଼ି ରେ ସାମିଲ ହେଲେ କଂଗ୍ରେସ ଓ ବିଜେପିର ଶତାଧିକ ନେତା

ନବରଙ୍ଗପୁର,୨/୨/୨୦୨୧: ଜିଲ୍ଲାର ରାୟିଘର ବ୍ଲକର ରାୟିଘର ମିନି ଷ୍ଟାଡିୟମଠାରେ  କଂଗ୍ରେସ ପାର୍ଟିର ବିଧାୟକ ପ୍ରାର୍ଥୀ ଜତିନ୍ଦ୍ର ଗଣ୍ଡ ତାଙ୍କ ପତ୍ନୀ ତଥା ଉମରକୋଟ ବିଧାୟିକା ପ୍ରାର୍ଥୀନୀ ଯଶୋଦା ଗଣ୍ଡ, କଂଗ୍ରେସ ସମର୍ଥିତ, ବିଜେପି ସମର୍ଥିତ ସରପଞ୍ଚ ଓ ପୂର୍ବତନ ସମିତି ସଭ୍ୟ ଏବଂ ୩ ହଜାରରୁ ଉର୍ଦ୍ଧ୍ବ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ  ଏବଂ ନିଃସ୍ଵାର୍ଥପର ଭଲପାଇବା ଦେଖି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ), ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ଯାଜପୁର  ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ସଙ୍ଗଠକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା  ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର  ବିଧାୟକ  ସଦାଶିବ ପ୍ରଧାନୀ, ଡାବୁଗାଁ  ବିଧାୟକ  ମନୋହର ରାନ୍ଧାରି, ଝରିଗାଁ  ବିଧାୟକ  ପ୍ରକାଶ ଚନ୍ଦ୍ର ମାଝୀ, ରାଜ୍ୟ ପରିଷଦ ସଦସ୍ୟ ଅର୍ଜୁନ ତ୍ରିପାଠୀ, ପୂର୍ବତନ ବିଧାୟକ  ସୁବାସ ଗଣ୍ଡ ଓ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା  ଉପସ୍ଥିତ ଥିଲେ।

Spread the love