ସଞ୍ଜୟ ଦାସବର୍ମାଙ୍କ ପିଏ ମୃତ୍ୟୁ ଘଟଣା: ଏସ୍ପିଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକ
ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନଙ୍କ ପଲ୍ଲେଇଙ୍କ ମୃତ୍ୟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ। ଆଜି ମୃତକଙ୍କ ବଡବାପା ଓ ଭଉଣୀ ଏସପିଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏସପିଙ୍କ ସହ ଆଲୋଚନା କରିଛନ୍ତି।
ତେବେ ଟଙ୍କା ପାଇଁ ଚିତ୍ତକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ସେପଟେ କିନ୍ତୁ ଘଟଣାର ଚାରିଦିନ ପରେ ମଧ୍ୟ ମୁଖ୍ୟ ଆସାମୀକୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ। ଘଟଣାକୁ ଅତି ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରାଯାଇ ସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସପି।
ସେହିପରି ସଞ୍ଜୟ ଦାସବର୍ମା ମୃତ ଚିତ୍ତରଂଜନଙ୍କ ପରିବାର ଲୋକଙ୍କ ସହ ଯାଇ ଏସ୍ପିଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେପଟେ ଘଟଣାକୁ ଅତି ସମ୍ବେଦନଶୀଳ ମାମଲା ଭାବେ ପୋଲିସ ଗ୍ରହଣ କରିଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି। ମାମଲାର ଗୁରୁତ୍ବ ଦୃଷ୍ଟିରୁ କୌଣସି ତଥ୍ୟ ଗଣମାଧ୍ୟମରେ ଦେବା ଠିକ୍ ନୁହେଁ ବୋଲି ଏସ୍ପି କହିଛନ୍ତି।