‘ସାବରକର’ ମନ୍ତବ୍ୟ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ

କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧି ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ନାମ ଉଲ୍ଲେଖ କରି ତାଚ୍ଛଲ୍ୟ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରିଥିଲେ ହେଁ ସଞ୍ଜୟ ଏହାକୁ ଭୃକ୍ଷେପ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ରାହୁଲ ପୂର୍ବରୁ ଦୁଷ୍କର୍ମ ବଢ଼ିବାକୁ ନେଇ ‘ରେପ୍‌ ଇନ୍‌ ଇଣ୍ଡିଆ’ କହିଥିଲେ। ଏହାକୁ ନେଇ ବିବାଦ ହେବାରୁ କ୍ଷମା ମାଗିବେନି କହି, ମୋ ନାଁ ରାହୁଲ ସାବରକର ନୁହେଁ ବୋଲି କହିଥିଲେ। ଏହାପରେ ସଞ୍ଜୟ କଂଗ୍ରେସକୁ ଚେତାଇ ଦେଇଛନ୍ତି ସାବରକରଙ୍କୁ ନେଇ କୌଣସି ବିବାଦୀୟ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଟ୍ୱିଟରେ ସମାଲୋଚନା କରି ସଞ୍ଜୟ କହିଥିଲେ, “ଆମେ ବିଶ୍ୱାସ କରୁ ପଣ୍ଡିତ ନେହରୁ ଏବଂ ମହାତ୍ମା ଗାନ୍ଧି ମଧ୍ୟ ସାବରକରଙ୍କ ଅପମାନ କରିନାହାନ୍ତି।”

Spread the love