ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଭଜନ ସପୋରୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ସନ୍ତୁର ବାଦକ ଶିବକୁମାର ଶର୍ମାଙ୍କ ବିୟୋଗକୁ ମାସେ ପୂରିନି ଆଉ ଜଣେ ପ୍ରଖ୍ୟାତ ସନ୍ତୁର ବାଦକଙ୍କୁ ହରାଇଲା ଦେଶ। ଆଜି ସନ୍ତୁର ମେଷ୍ଟ୍ରୋ ବାଦକ ତଥା ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଭଜନ ସପୋରୀଙ୍କ ପରଲୋକ ହୋଇଛି। ଆଜି ଗୁରୁଗ୍ରାମର ଫର୍ଟିସ୍ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ 74 ବର୍ଷରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି।

1948 ମସିହାରେ କାଶ୍ମୀର ସୋପୋରୀ ଉପତ୍ୟାକାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସପୋରୀ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରରୁ ଆସିଥିଲେ। 1953 ମସିହାରେ ମାତ୍ର 5 ବର୍ଷ ବୟସରେ ଭଜନ ସପୋରୀ ତାଙ୍କର ପ୍ରଥମ ସଂଗୀତ ପରିବେଷଣ କରିଥିଲେ। ଏହାପରେ ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଛନ୍ତି।

ଦଶନ୍ଧି ଦଶନ୍ଧି ଧରି ଶାସ୍ତ୍ରୀୟ ସଂଗୀତରେ ଅନେକ ସଫଳତା ପାଇଥିବା ଭଜନ ସପୋରି ଭାରତ ସହ ବିଦେଶରେ ଅନେକ ସଂଗୀତ ପରିବେଷଣ କରିଛନ୍ତି। ଇଜିପ୍ଟ, ଇଂଲଣ୍ଡ, ଜର୍ମାନୀ ଓ ଆମେରିକା ଭଳି ଦେଶରେ ସେ ସଂଗୀତ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ୱାଶିଂଟନ ୟୁନିଭର୍ସିଟିରୁ କ୍ଲାସିକାଲ ମ୍ୟୁଜିକ୍ ଶିକ୍ଷା କରିଥିବା ଭଜନ ସପୋରେ ଯେଯେ ବାପା ଏସି ସପୋରୀ ଓ ବାପା ସମ୍ଭୁନାଥଙ୍କ ଠାରୁ ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷା କରିଥିଲେ। ୱାଶିଂଟନ ୟୁନିଭର୍ସିଟିରୁ ସଂଗୀତ ମଧ୍ୟ ଶିକ୍ଷା କରିଥିଲେ ଭଜନ।

ଭାରତୀୟ ସଂଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଜନ ସପୋରୀଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। 1992ରେ ସଂଗୀତ ନାଟକ ଆକାଡେମୀ ଆୱାର୍ଡ, ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଯୋଗଦାନ ଯୋଗୁ ତାଙ୍କୁ 2004ରେ ପଦ୍ମଶ୍ରୀ ପୁରସ୍କାର ଆଦି ସମ୍ମାନ ମିଳିଛି।

ଏହା ପୂର୍ବରୁ ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଥିଲା। ସେ ଗତ 6 ମାସ ହେଲା କିଡନୀଜନିତ ରୋଗରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ତାଙ୍କ ଡାଏଲିସିସ୍ ଚାଲିଥିଲା। ଶେଷରେ ଚଳିତ ବର୍ଷ ମେ 10 ତାରିଖରେ ତାଙ୍କର ବିୟୋଗ ହୋଇଥିଲା।

Spread the love