ଅଚେତ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ନୂଆପଡା ୧୯।୨: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ସୁନାରିସିକୁଆଁ ପଞ୍ଚାୟତରେ ନିର୍ବାଚନୀ ହିଂସା । ଅଚେତ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଚୁଲମଣି ବୈଠାରୁଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ଗୋଡ-ହାତ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗୋଟିଏ ପଞ୍ଚାୟତରେ ମାମୁଁ-ଭାଣିଜୀ ପ୍ରାର୍ଥି ହୋଇଛନ୍ତି । ତେବେ ଭାଣିଜୀଙ୍କ ସମର୍ଥକ ଏଭଳି କରିଥିବା ଅଭିଯୋଗ ଅଣିଛନ୍ତି ଗୁରୁତର ଚୁଲମଣୀଙ୍କ ବାପା । ଗୁରୁତର ପ୍ରାର୍ଥୀ ସୁନାରିସିକୁଆଁର । ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ଖଡିଆଳ ପୋଲିସ ।

Spread the love