ବୋହୂ ବେଶରେ ମାଗିବେ ଭୋଟ୍‌, ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥିନୀ ପ୍ରଭାତି

ଖଲ୍ଲିକୋଟ ୨୯।୦୧ : କୋର୍ଟ ମ୍ୟାରେଜ ସରିଥିଲା । କିନ୍ତୁ ଆସିନଥିଲେ ଶାଶୂ ଘରକୁ ବୋହୂ । ଆଉ ଏବେ ଭୋଟରଙ୍କ ମନ କିଣିବାକୁ ବୋହୂ ବେଶରେ ଆସିଲେ ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ନୂତନ ଗୁରୁଣ୍ଠି ଗାଁର କନ୍ୟା । ହାତରେ ଲାଗିଛି ମେହେନ୍ଦୀ, ପାଦରେ ଅଛି ଅଳତା । ଏମିତି ବୋହୂ ବେଶରେ ନିର୍ବାଚନ ପ୍ରଚାର କରିବେ ଆଇତିପୁର ପଞ୍ଚାୟତର ପ୍ରାର୍ଥୀ ପ୍ରଭାତି ସାହୁ ।

ଖବର ଅନୁଯାୟୀ, ୨୦୦୨ରେ ପ୍ରଶାନ୍ତଙ୍କ ବାପା ସରପଞ୍ଚ ନିର୍ବାଚିତ ହୋଇଥିଲେ । ତେଣୁ ବାପାଙ୍କ ପରେ ପୁଅ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ରାଜନୀତି କରିବାକୁ ମନସ୍ଥ କରିଥିଲେ । କିନ୍ତୁ ଚଳିତ ନର୍ବାଚନରେ ଆଇତିପୁର ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ପ୍ରଶାନ୍ତଙ୍କ ଆଶା ମଉଳି ଯାଇଥିଲା । ଶେଷରେ ଚିନ୍ତା କରିଥିଲେ ପୂର୍ବରୁ କୋର୍ଟ ମ୍ୟାରେଜ କରିଥିବା ପ୍ରଭାତିଙ୍କୁ ପ୍ରାର୍ଥୀ କରିବେ । ପ୍ରଭାତି ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରତିଦ୍ୱନ୍ଦୀ ଟ୍ୱିଙ୍କେଲ୍‌ ତରାଇ ମଧ୍ୟ ସେହି ଗାଁର ବୋହୂ । ସରପଞ୍ଚ ପଦବିରେ ଗାଁରୁ ଦୁଇ ବୋହୂ ମଇଦାନକୁ ଓହ୍ଲାଇଛନ୍ତି ।

Spread the love