ପୌର ନିର୍ବାଚନ ନେଇ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର ୧୦।୦୨ : ପୌର ନିର୍ବାଚନ ନେଇ ବସିଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ରାଜ୍ୟର ତିନି ପ୍ରମୁଖ ଦଳ ସମେତ ଓ ଅନ୍ୟାନ୍ୟ ଦଳର ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଛନ୍ତି । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ହେଉଚି ଆଲୋଚନା । ଏହି ବୈଠକରେ ବିଜେଡି ପକ୍ଷରୁ ଦଳର ମୁଖପାତ୍ର ସୁଲତା ଦେଉ ,ବିଜେପିର ମିଡିଆ ସଂଯୋଜକ ଦିଲ୍ଲୀପ ମଲିକ ଏବଂ କଂଗ୍ରେସ ଶିବାନନ୍ଦ ରାୟ ଯୋଗ ଦେଇଛନ୍ତି ।

ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ନେଇ ସମସ୍ତ ଦଳୀୟ ନେତାଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗ ଆଲୋଚନା କରିବେ । ପୌର ନିର୍ବାଚନ କିପରି ସୁରୁଖୁରୁ ହେବ । ସେନେଇ ବିଚାର ବିମର୍ଶ ହେବ ।

Spread the love