ସୋମବାର ସର୍ବଦଳୀୟ ବୈଠକ, ସବୁ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର, ୧୦|୦୧:  ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । କୋଭିଡ କଟକଣା ଭିତରେ କେମିତି ପଞ୍ଚାୟତ ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ ।

ରାଜନୈତିକ ଦଳ ମାନଙ୍କର ମତାମତ ଓ ପ୍ରସ୍ତାବ ଶୁଣିବା ପରେ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ । ଏଥର କୋଭିଡ କଟକଣାରେ ନିର୍ବାଚନ ଲାଗି ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ୫ ରାଜ୍ୟ ଲାଗି କଟକଣା ଭିତରେ ନିର୍ବାଚନ ନେଇ ଘୋଷଣା ପରେ ରାଜ୍ୟରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ, ତାହା ସ୍ପଷ୍ଟ ହୋଇଛି । ତେବେ କିପରି ନିର୍ବାଚନ ହେବ ସେନେଇ ଆଲୋଚନା ପାଇଁ ଏହି ସର୍ବଦଳୀୟ ବୈଠକ ବସିବ । ପଲିଟିକାଲ ପାର୍ଟିଙ୍କ ମତ ଓ ପ୍ରସ୍ତାବ ଶୁଣିବେ ରାଜ୍ୟ ନିର୍ବାଚନ କମିଶନ ।

୫ ରାଜ୍ୟର ଭୋଟ ନେଇ ଜାରି ହୋଇଥିବା ଗାଇଡ ଲାଇନ ଆଧାରରେ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଗାଇଡ ଲାଇନ କରିବେ । ନାମାଙ୍କନ ପତ୍ର ଦାଖଲଠୁ ପ୍ରଚାର ସଭା ଶୋଭାଯାତ୍ରା ଉପରେ କଟକଣା ରହିବ । ପ୍ରଚାର ଲାଗି କମ ସମୟ ଦିଆଯାଇପାରେ । ଶହେ ଲୋକଙ୍କୁ ନେଇ ସଭା କରିବା ଲାଗି ଅନୁମତି ମିଳିପାରେ । ଭୋଟ ଗ୍ରହଣ କେନ୍ଦ୍ର ବଢିବ । ଗୋଟିଏ କେନ୍ଦ୍ରରେ ହଜାରେରୁ ଅଧିକ ମତଦାତା ଭୋଟ କରିବେ ନାହିଁ । କୋଭିଡ ପ୍ରୋଟକଲ ଉପରେ ଗୁରୁତ୍ବ ଦିଆଯିବ । ଏସବୁ ଉପରେ ରାଜ୍ୟ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କ ଚୂଡାନ୍ତ ସହମତି ଲୋଡିବେ ।

Spread the love