ମୟୂରଭଂଜ ଜିଲ୍ଲାପାଳଙ୍କ ଏକ ଟି ସର୍ଟକୁ ନେଇ ଅପରାଜିତାଙ୍କ ମନ୍ତବ୍ୟ, କାଉଣ୍ଟର ଆଟାକ୍ କଲେ ସସ୍ମିତ ପାତ୍ରଙ୍କ

ଅପରାଜିତା ଷଡ଼ଙ୍ଗୀ-ସସ୍ମିତ ପାତ୍ର ମୁହାଁମୁହିଁ। ସୋସିଆଲ ଫ୍ଲାଟଫର୍ମ ଏକ୍ସରେ ଟକ୍କର। ଏକ ସରକାରୀ କାର୍ଯ୍ୟକ୍ରମରେ ମୟୂରଭଂଜ ଜିଲ୍ଲାପାଳଙ୍କ ଏକ ଟି ସର୍ଟକୁ ନେଇ ମନ୍ତବ୍ୟ ରଖିଥିଲେ ଅପରାଜିତା। ନବୀନଙ୍କ ଫଟୋ ଥାଇ ଟି ସର୍ଟ ପିନ୍ଧିଥିଲେ ଜିଲ୍ଲାପାଳ ବିନିତ ଭରଦ୍ୱାଜ। ଏହାକୁ ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେସା କୁ ତେସା ନ୍ୟାୟରେ କଡ଼ା ଜବାବ ରଖିଛନ୍ତି ସାଂସଦ ସସ୍ମିତ ପାତ୍ର। ମଧ୍ୟପ୍ରଦେଶରେ ଆରଏସଏସର ଏକ କାର୍ଯ୍ୟକ୍ରମରେ ଦୁଇ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ସାଲ୍ୟୁଟ୍ କରୁଥିବା ଫୋଟୋ ସେୟାର କରିଛନ୍ତି ସସ୍ମିତ ପାତ୍ର।

ଅପରାଜିତାଙ୍କୁ ଜବାବ ଦେଇ କହିଛନ୍ତି, ମୟୂରଭଂଜ ଜିଲ୍ଲାପାଳ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାକୁ ନେଇ ବଡ଼ ପ୍ରସଙ୍ଗ କରୁଛ। ଦୟାକରି ମଧ୍ୟପ୍ରଦେଶର ପ୍ରଶାସନିକ ଅଧିକାରୀଙ୍କୁ ଦେଖନ୍ତୁ। ଏହି ଖବର ନେଇ କଣ ମନ୍ତବ୍ୟ ରଖିବେ ବୋଲି ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର। ମଧ୍ୟପ୍ରଦେଶର ଯେଉଁ ଫୋଟୋ ଟି ରହିଛି ତାହା ଜୁନ ୧୧ରେ ଅନୁଷ୍ଠିତ ହୋଇଥିବା ଆରଏସଏସର ସମର୍ପଣ ସମାରୋହର କାର୍ଯ୍ୟକ୍ରମର। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ଅନୁରାଗ ବର୍ମା ଏବଂ ମ୍ୟୁନିସିପାଲ କମିଶନର ରାଜେଶ ସାହି ଯୋଗ ଦେଇଥିଲେ। ରାଜନୈତିକ କାର୍ଯ୍ୟକ୍ରମରେ ଅଧିକାରୀ ଯୋଗ ଦେଇଥିବାରୁ ସେ ସମୟରେ ମଧ୍ୟପ୍ରଦେଶ କଂଗ୍ରେସ ଆପତ୍ତି ଉଠାଇ କେନ୍ଦ୍ରକୁ ଅବଗତ କରାଇଥିଲା।

Spread the love