କରୋନାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପିତାଙ୍କ ପରଲୋକ

ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର କରୋନା ପରିସ୍ଥିତି। କରୋନାରେ ବେହାଲ ଦିଲ୍ଲୀର ହାଲ। ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହୋଇଛି। ହସ୍ପିଟାଲ ବାହାରେ ଲମ୍ବା ଲାଇନ୍‌ ଦେଉଛନ୍ତି ରୋଗୀ। ଧାଡ଼ିରେ ଛିଡ଼ା ହେବା ବେଳେ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ମିଳୁଛି। ତାଠୁ ଅଧିକ ଆଉ ଏକ ସମ୍ବେଦଶୀଳ ଖବର ମିଳିଛି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିତାଙ୍କ କରୋନରେ ଦେହାନ୍ତ ହୋଇଯାଇଛି। ରବିବାର ଦ୍ବିପ୍ରହରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ବିଟ୍‌ କରି ସେ ଲେଖିଛନ୍ତି, ‘ଆମ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ବାପାଙ୍କୁ ହରାଇଛନ୍ତି। କରୋନାରେ ତାଙ୍କ ବାପାଙ୍କ ନିଧନ ହୋଇଛି। ଦିଲ୍ଲୀବାସୀଙ୍କ ପାଇଁ ସତ୍ୟେନ୍ଦ୍ର ଜୈନ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ତାଙ୍କ ବାପାଙ୍କ ଆତ୍ମକୁ ଶାନ୍ତି ମିଳୁ। ପରିବାରକୁ ସମବେଦନା ଜଣାଉଛି।’  ଶ୍ରୀଯୁକ୍ତ ଜୈନ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି। ଗତବର୍ଷ ସତ୍ୟେନ୍ଦ୍ର ଜୈନ କରୋନରେ ପୀଡ଼ିତ ହୋଇଥିଲେ। ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ।

Spread the love