ମହିଳା ବିଲ୍ ପାସ୍ ପରେ ଉତ୍ସବ ମୁଖର ବିଜେପି ଶିବିର : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଏକାଠି ହେଲେ ଦଳୀୟ ନେତା ଓ ମନ୍ତ୍ରୀ

ମହିଳା ବିଲ୍ ପାସ୍ ପରେ ଉତ୍ସବ ମୁଖର ବିଜେପି ଶିବିର । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କୁ ଧନ୍ୟବାଦ ଜଣାଇବାକୁ ଏକାଠି ହୋଇଛନ୍ତି ଦଳୀୟ ନେତା ଓ ମନ୍ତ୍ରୀ । ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ । ୮ ଘଣ୍ଟାର ବିତର୍କ ପରେ ସର୍ବସମ୍ମତି କ୍ରମେ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ବିଲ ସପକ୍ଷରେ ୨୧୫ ଭୋଟ ପଡିଥିବାବେଳେ ବିଲକୁ କେହି ବିରୋଧ କରିନଥିଲେ ।

Spread the love