ସୌଦିରେ ଦୁଇ ଭାରତୀୟଙ୍କ ମୁଣ୍ଡକାଟ

ଦୋଷପାଇଁ ମୁଣ୍ଡକାଟ । ଏ ହେଉଛି ସୌଦି ସରକାରଙ୍କ ନିୟମ । ନିକଟରେ ସୌଦିରେ 2ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି ଦଣ୍ଡାଦେଶ କରାଯାଇଛି। ସେମାନେ ହେଉଛନ୍ତି ପଞ୍ଜାବ ହୋଶିଆରପୁରର ସତ୍‌ଓ୍ବିନ୍ଦର କୁମାର ଏବଂ ଲୁଧିଆନାର ହରଜିତ୍‌ ସିଂ। ଜଣେ ଭାରତୀୟ ବନ୍ଧୁ ଇମ୍ମାଉଦ୍ଦିନ୍‌ଙ୍କୁ ହତ୍ୟା କରିଥିବାରୁ ସେମାନଙ୍କର ମୁଣ୍ଡକାଟ ପାଇଁ ଦଣ୍ଡାଦେଶ କରାଯାଇଥିଲା। ସେମାନେ ଅଲ୍‌ ମଜିଦ୍‌ କମ୍ପାନୀରେ କାର୍ଯ୍ୟ କରୁଥିଲେ। 2015ରେ ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯାଇଥିଲା। 2019 ଫେବୃୟାରୀ 28ରେ ସେମାନଙ୍କ ମୁଣ୍ଡକାଟ କରାଯାଇଥିବା  ସୌଦି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Spread the love