କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମଖାନା ଖିରି
ବିଭିନ୍ନ ପ୍ରକାରର ଖିରି ବନେଇ ଥିବେ ଆଉ ଖାଇଥିବେ । ହେଲେ ମଖାନା ଖିରି ଅନ୍ୟତମ ଆଉ ବହୁତ ସ୍ୱାଦିଷ୍ଟ । ଏହି ଖିରି ବନେଇବା ବହୁତ ସହଜ ହୋଇଥାଏ । ମଖାନା ଖିରି ବହୁତ ସ୍ବାସ୍ଥ୍ୟକର ହୋଇଥାଏ । ଡାଏଟରେ ଥିବା ବ୍ୟକ୍ତି ମଧ୍ୟ ଖାଇ ପାରିବେ । ଆଜି ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ମାସରେ ପ୍ରାୟତ ସମସ୍ତେ ବ୍ରତ ଓ ଉପବାସ କରିଥାନ୍ତି ।
ସେମାନେ ଏହି ମଖାନା ଖିରି ଭଗବାନ ଭୋଳାନାଥଙ୍କୁ ପ୍ରସାଦ ଭାବେ ଲଗାଇପାରିବେ ।
ଆବଶ୍ୟକ ସାମଗ୍ରୀ :
ଘିଅ – ୧ ବଡ ଚାମଚ
ମଖନା – ୧୦୦ ଗ୍ରା.ମ
କାଜୁ – ୫୦ ଗ୍ରା.ମ
ଗୁଜୁରାତି ଗୁଣ୍ଡ – ୧ ବଡ ଚାମଚ
ଖିର – ୫୦୦ ଗ୍ରା.ମ
ଚିନି -୧୦୦ ଗ୍ରା.ମ
ପ୍ରସ୍ତୁତ ପ୍ରଣାଳୀ :
ମଖାନା ଖିରି ବନେଇବା ପାଇଁ ପ୍ରଥମେ ମଖାନା ନିଅନ୍ତୁ । ଏହା ପରେ ଗ୍ୟାସ ଲଗାଇ କଢେଇରେ ଘିଅ ନିଅନ୍ତୁ । ଘିଅ ଗରମ ହେବା ପରେ ସେଥିରେ ମଖାନା ଓ କାଜୁ ପକାନ୍ତୁ, ଏହାକୁ ଭଲ ଭାବରେ ଭାଜନ୍ତୁ । ତାହା ପରେ ମଖାନା ଓ କାଜୁକୁ ଭଲ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଗ୍ରାଇଣ୍ଡରରେ ମଖାନା, କାଜୁ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ ।
ଏହା ପରେ ଏକ ପାତ୍ର ନିଅନ୍ତୁ ସେଥିରେ ଖିରିକୁ ଭଲ ଭାବେ ଫୁଟାନ୍ତୁ, ଖିରି ଭଲ ଭାବେ ଫୁଟିବା ପରେ ସେଥିରେ ଚିନି ଓ ମଖାନା ପକାଇ ଦିଅନ୍ତୁ ଆଉ ଭଲ ଭାବେ ଫୁଟିବା ସହିତ ଗାଢା ହେବାକୁ ଦିଅନ୍ତୁ । ଯେବେ ଖିରି ଗାଢା ହୋଇଗଲେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଖାନା ଖିରି ।
ମଖାନା ଖିରି ପ୍ରସ୍ତୁତ ହେବା ପରେ ଏହାକୁ ଭଗବାନ ଭୋଳାନାଥଙ୍କୁ ଭୋଗ ଲଗାଇ ପାରିବେ ।