କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମଖାନା ଖିରି

ମଖାନା ଖିରି ବନେଇବାର ଆବଶ୍ୟକ ସାମଗ୍ରୀ :

ଘିଅ – ୧ ବଡ ଚାମଚ
ମଖନା – ୧୦୦ ଗ୍ରା.ମ
କାଜୁ – ୫୦ ଗ୍ରା.ମ
ଗୁଜୁରାତି ଗୁଣ୍ଡ – ୧ ବଡ ଚାମଚ
ଖିର – ୫୦୦ ଗ୍ରା.ମ
ଚିନି -୧୦୦ ଗ୍ରା.ମ

ମଖାନା ଖିରି ପ୍ରସ୍ତୁତ କରିବରା ପ୍ରଣାଳୀ :

ମଖାନା ଖିରି ବନେଇବା ପାଇଁ  ପ୍ରଥମେ ମଖାନା ନିଅନ୍ତୁ । ଏହା ପରେ ଗ୍ୟାସ ଲଗାଇ କଢେଇରେ ଘିଅ ନିଅନ୍ତୁ । ଘିଅ ଗରମ ହେବା ପରେ ସେଥିରେ ମଖାନା ଓ କାଜୁ ପକାନ୍ତୁ, ଏହାକୁ ଭଲ ଭାବରେ ଭାଜନ୍ତୁ । ତାହା ପରେ ମଖାନା ଓ କାଜୁକୁ ଭଲ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଗ୍ରାଇଣ୍ଡରରେ ମଖାନା, କାଜୁ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ ।

ଏହା ପରେ ଏକ ପାତ୍ର ନିଅନ୍ତୁ ସେଥିରେ ଖିରିକୁ ଭଲ ଭାବେ ଫୁଟାନ୍ତୁ, ଖିରି ଭଲ ଭାବେ ଫୁଟିବା ପରେ ସେଥିରେ ଚିନି ଓ ମଖାନା ପକାଇ ଦିଅନ୍ତୁ ଆଉ ଭଲ ଭାବେ ଫୁଟିବା ସହିତ ଗାଢା ହେବାକୁ ଦିଅନ୍ତୁ । ଯେବେ ଖିରି ଗାଢା ହୋଇଗଲେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଖାନା ଖିରି ।

ମଖାନା ଖିରି ପ୍ରସ୍ତୁତ ହେବା ପରେ ଏହାକୁ ଭଗବାନ ଭୋଳାନାଥଙ୍କୁ ଭୋଗ ଲଗାଇ ପାରିବେ ।

Spread the love