ବ୍ୟାଙ୍କକୁ ସର୍ଟସ୍ ପିନ୍ଧି ଆସିବା ମନା ! SBI ବ୍ରାଞ୍ଚରେ ଗ୍ରାହକଙ୍କୁ ମିଳିଲାନି ପ୍ରବେଶ ଅନୁମତି

କୋଲକାତା ୨୧।୧୧: ଯଦି ଆପଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଗ୍ରାହକ ଖବର ଆପଣଙ୍କ ଲାଗି ଜରୁରି। ଏସବିଆଇ ବ୍ରାଞ୍ଚ ଗ୍ରାହକଙ୍କଠାରୁ ସଭ୍ୟତା ଆଶା କରନ୍ତି। ଏଣୁ ବ୍ୟାଙ୍କକୁ କୌଣସି କାର୍ଯ୍ୟରେ ଯାଉଥିବା ଗ୍ରାହକ ସ୍ୱଭାବିକ ଫୁଲ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଯାଆନ୍ତୁ। କୋଲକାତାରେ ଜନୈକ ଗ୍ରାହକଙ୍କୁ ଏସବିଆଇଙ୍କ ବ୍ରାଞ୍ଚକୁ ପ୍ରବେଶ ଅନୁମତି ଦିଆଯାଇନଥିଲା। କାରଣ ସେସର୍ଟସ୍‌ ପିନ୍ଧି ବ୍ୟାଙ୍କକୁ ଯାଇଥିଲେ। ଏଣୁ ତାଙ୍କୁ ଫୁଲପ୍ୟାଣ୍ଟସାର୍ଟ ପିନ୍ଧି ଆସିବାକୁ କର୍ମଚାରୀ କହିଥିଲେ।
ଏ ନେଇ ଗ୍ରାହକ ଏସବିଆଇଙ୍କୁ ଟ୍ୟାଗ୍‌ କରି ଏକ ଟ୍ୱିଟ୍‌ ବି କରିଥିଲେ। ଅଭିଯୋଗକାରୀଙ୍କ ନାମ ଆଶିଷ ବୋଲି ଜଣାପଡିଛି। ସେ ଏସବିଆଇଙ୍କୁ ଟ୍ୟାଗ୍‌ କରି ଏକ ଟ୍ୱିଟ୍‌ରେ ବ୍ୟାଙ୍କ ବ୍ରାଞ୍ଚକୁ ଯିବା ଲାଗି ଗ୍ରାହକଙ୍କ ନିମନ୍ତେ କୌଣସି ଡ୍ରେସ୍‌ କୋଡ ଅଛିକି ବୋଲି ପଚାରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଜି ମୁଁ ଏସବିଆଇ ବ୍ରାଞ୍ଚକୁ ସର୍ଟସ୍‌ ପିନ୍ଧି ଯାଇଥିଲି। ବ୍ରାଞ୍ଚକୁ ପ୍ରବେଶ କରିବା ବେଳେ ମୋତେ ଉଚିତ ସାର୍ଟପ୍ୟାଣ୍ଟ ପିନ୍ଧିକି ଆସିବାକୁ ଅଧିକାରୀ କହିଥିଲେ। କାରଣ ଆପଣଙ୍କ ବ୍ରାଞ୍ଚ ଆପଣଙ୍କଠାରୁ ସଭ୍ୟତା ଆଶା କରନ୍ତି ବୋଲି କୁହାଯାଇଥିଲା।

ଆଶିଷ ଏ ନେଇ କୌଣସି ଅଧିକାରୀକ ନୀତି ଅଛିକି ବୋଲି ପଚାରିଥିଲେ। ଏସବିଆଇ ମଧ୍ୟ ଗ୍ରାହକଙ୍କ ଜବାବ ରଖିଛନ୍ତି। ଏଥିରେ ଏସବିଆଇ ଆମେ ଆପଣଙ୍କ ଚିନ୍ତାକୁ ବୁଝୁଛୁ ଓ ସମ୍ମାନ ମଧ୍ୟ କରୁଛୁ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଆମେ ସ୍ପଷ୍ଟ କରିଦେଉଛୁ କି ଆମ ଗ୍ରାହକଙ୍କ ଲାଗି ଏ ବାବଦେ କୌଣସି ସ୍ପଷ୍ଟ ନୀତି ଅଥବା ଡ୍ରେସ କୋଡ ନାହିଁ। ବ୍ୟାଙ୍କ କାର୍ଯ୍ୟ ଲାଗି ଆପଣ ନିଜ ପସନ୍ଦର ପୋଷାକ ପିନ୍ଧି ଆସିପାରିବେ।

ସର୍ବସାଧାରଣ ସ୍ଥଳ ଲାଗି ସ୍ଥାନୀୟ ସ୍ୱୀକୃତ ମାନଦଣ୍ଡ, ସଂସ୍କୃତି ଓ ପରମ୍ପରାକୁ ଧ୍ୟାନରେ ରଖି ଶେହି ଅନୁସାରେ ପୋଷାକ ପିନ୍ଧି ବ୍ୟାଙ୍କ ଶାଖାକୁ ଆସିପାରିବେ ବୋଲି କହିଛନ୍ତି। ତେବେ ବ୍ୟାଙ୍କ ଗ୍ରାହକଙ୍କୁ ସମ୍ପୃକ୍ତ ଶାଖାର କୋଡନମ୍ବର ମାଗିଛନ୍ତି ଯେଉଁଠାରେ ତାଙ୍କୁ ଫେରାଇ ଦିଆଯାଇଥିଲା। ଆଗକୁ ଯେପରି ସେପରି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି। ତେବେ କୋଲକାତାରେ ପ୍ରଥମ ଥର ନୁହେଁ ପୂର୍ବରୁ ପୁଣେ ତିଲକରୋଡ ଏସବିଆଇ ବ୍ରାଞ୍ଚରେ ମଧ୍ୟ ପୋଷାକ ଲାଗି ବ୍ୟାଙ୍କରେ ଗ୍ରାହକଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିବାର ନଜିର ଅଛି।

Spread the love