SBI ବଦଳାଇଲା ନିୟମ, ଜାଣି ରଖନ୍ତୁ ଅନ୍ୟଥା ବନ୍ଦ ହୋଇପାରେ ଆପଣଙ୍କ ଟ୍ରାନ୍ଜେକ୍ସନ୍

ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ସୁରକ୍ଷା ପାଇଁ ନିୟମରେ ପରିବର୍ତ୍ତନ ଆଣିଛି । ନୂତନ ନିୟମ (SBI New Rules) ଅନୁଯାୟୀ, ବର୍ତ୍ତମାନ ଗ୍ରାହକମାନେ କେବଳ ସେହି ସମାନ ଫୋନରୁ ଷ୍ଟେଟ ବ୍ୟାଙ୍କର YONO ଆପ୍ଲିକେସନରେ ଲଗ୍ ଇନ୍ କରିପାରିବେ, ଯେଉଁ ଫୋନର ନମ୍ବରକୁ ସେମାନ ବ୍ୟାଙ୍କରେ ପଞ୍ଜୀକୃତ କରିଛନ୍ତି । ଏହି ନିୟମ ପରେ, ଆପଣ କୌଣସି ଫୋନ୍ ନମ୍ବରରୁ ବ୍ୟାଙ୍କିଙ୍ଗ (SBI Banking) ସେବା ନେଇପାରିବେ ନାହିଁ । ବ୍ୟାଙ୍କ କହିଛି ଯେ ଏହି ପଦକ୍ଷେପ ସହିତ ଗ୍ରାହକଙ୍କୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇରୁ ରକ୍ଷା କରାଯାଇହେବ ।ଅନଲାଇନ୍ ଠକେଇର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି SBI YONO ଆପରେ ଏହି ନୂତନ ଅପଗ୍ରେଡ୍ କରିଛି । ଏହା ସହିତ ଗ୍ରାହକଙ୍କ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ଏବଂ ସେମାନେ ଅନଲାଇନ୍ ଠକେଇର ଶିକାର ହେବାରୁ ବଞ୍ଚି ପାରିବେ ।ନୂତନ ପଞ୍ଜୀକରଣ ପାଇଁ ଗ୍ରାହକମାନେ ସେହି ସମାନ ଫୋନ୍  ବ୍ୟବହାର କରିବା ଉଚିତ ଯେଉଁଥିରେ ସେମାନେ ବ୍ୟାଙ୍କରେ ପଞ୍ଜୀକୃତ କରିଛନ୍ତି । ବର୍ତ୍ତମାନ ଏହି ନୂତନ ନିୟମ ଅନୁଯାୟୀ, ଆପଣ କୌଣସି ଫୋନ୍ ମାଧ୍ୟମରେ ଆପ୍ ଲଗ୍ ଇନ୍ କରିପାରିବେ  ନାହିଁ, ଯେତେବେଳେ କି ପୁରୁଣା ଗ୍ରାହକମାନେ ଯେକୌଣସି ଫୋନରୁ ଲଗ୍ ଇନ୍ କରିପାରିବେ ।

SBI ର ନୂଆ ଅପଗ୍ରେଡ୍
ଏଟିଏମ୍ ଠକେଇର ବୃଦ୍ଧି ଘଟୁଥିବା ଘଟଣାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କାର୍ଯ୍ୟର ସୁରକ୍ଷାକୁ ଉନ୍ନତ କରିଛି । ଏହି ଅପଗ୍ରେଡ୍ ପରେ, ଯେତେବେଳେ ଆପଣ ATM ରୁ ୧୦ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କା ଉଠାଇବାକୁ ଯାଆନ୍ତି, ସେତେବେଳେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ବ୍ୟାଙ୍କରୁ ଏକ OTP ଆସିବ, ଯାହାକୁ ଏଟିଏମ୍ ମେସିନରେ ଟାଇପ୍ କରିବାକୁ ପଡିବ । ଆପଣ କେବଳ OTP ଏଣ୍ଟ୍ରି କରିବା ପରେ ATM ରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ । ୯,୯୯୯ ଟଙ୍କା କିମ୍ବା ତା’ଠାରୁ କମ୍ ଟଙ୍କା ପ୍ରତ୍ୟାହାର କରିବା ଆପି OTP ର ଆବଶ୍ୟକ ପଡିବ ନାହିଁ ।

ରାତି ୮ ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୦,୦୦୦ ରୁ ଅଧିକ ନଗଦ ଟଙ୍କା ଉଠାଇବା ପାଇଁ, ମୋବାଇଲ୍ ଫୋନରେ ଡେବିଟ୍ କାର୍ଡ ପିନ୍ ସହିତ OTP ଏଣ୍ଟ୍ରି କରିବାକୁ ପଡିବ । ଏହି ସୁବିଧା ସମସ୍ତ ଷ୍ଟେଟ ବ୍ୟାଙ୍କ ଏଟିଏମରେ ଉପଲବ୍ଧ । ଅଣ- SBI ATM ରେ OTP ଆଧାରିତ ପ୍ରତ୍ୟାହାର ଉପଲବ୍ଧ ନାହିଁ ।

Spread the love