ଏସବିଆଇର ଏଟିଏମ ଫ୍ରାଞ୍ଚାଇଜି ଦ୍ୱାରା କମାଇପାରିବ ଟଙ୍କା

ଆଜିର ଦିନରେ ସମସ୍ତଙ୍କର ଟଙ୍କା ଆବଶ୍ୟକ।ସେଥିପାଇଁ ଘରେ ବସି ଅନଲାଇନ କାମକରି  ଟଙ୍କା ରୋଜଗାର କରିଥାନ୍ତି ଠିକ ସେମିତି ଏସବିଆଇ ଏକ ଭଲ ବିକଳ୍ପ ନେଇଆସିଛି। ଏହି ପ୍ରୋସେସ ରେ ଆପଣ ୮୦-୯୦ ହଜାର  ପର୍ଯ୍ୟନ୍ତ ଟଙ୍କା କମାଇପାରିବେ। ସବୁଠୁ ବଡ଼ କଥା ହେଉଛି ଏହା ସୁରକ୍ଷିତ । ଦେଶର ସବୁଠୁ ସାର୍ବଜନିକ କ୍ଷେତ୍ର  ବ୍ୟାଙ୍କ ଏସବିଆଇର।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଫ୍ରାଞ୍ଚାଇଜି ନେଇ ଆସିଛି ଗ୍ରାହକମାନଙ୍କ ପାଇଁ ବଡ଼ ଓ ଭଲ ସୁଯୋଗ। ସର୍ବଭାରତୀୟ ସ୍ତରର ଭରସାଯୋଗ୍ୟ ବ୍ୟାଙ୍କର ଏହି ବିଜନେସ୍‌ ଲୋକଙ୍କ ଆର୍ଥିକ କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ସାହାଯ୍ୟ କରିପାରିବ। ତେବେ କୌଣସି ବ୍ୟାଙ୍କର ଏଟିଏମ ବ୍ୟାଙ୍କ ତରଫରୁ ନୁହେଁ ବରଂ ଏଥିପାଇଁ ଭିନ୍ନ କମ୍ପାନୀ ଥାଏ। ବ୍ୟାଙ୍କ ତରଫରୁ ଏହାର କଣ୍ଟାକ୍ଟ ଦିଆଯାଇଥାଏ। ଯାହା ପରେ ଭିନ୍ନ ଭିନ୍ନ ସ୍ଥାନରେ ଏଟିଏମ ଲଗାଇବାର କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣ କିଭଳି ଭାବେ ଏଟିଏମର ଫ୍ରାଞ୍ଚାଇଜିରୁ ଟଙ୍କା କମାଇ ପାରିବେ-

ଏସବିଆଇ ଏଟିଏମର ଫ୍ରାଞ୍ଚାଇଜି ପାଇଁ ମାତ୍ର ୫୦-୮୦ ସ୍କୋୟାରଫୁଟର ସ୍ଥାନ ଥିବା ଜରୁରୀ।ଅନ୍ୟ ଏଟିଏମରୁ ଏହାର ଦୂରତା ୧୦୦ ମିଟର ରହିବା ଜରୁରୀ।ଏହି ସ୍ଥାନ ସ୍ପେସ ଗ୍ରାଉଣ୍ଡ ଫ୍ଲୋର ଏବଂ ଗୁଡ ଭିଜିବିଲିଟି ହୋଇଥିବା ଆବଶ୍ୟକ। ୨୪ ଘଣ୍ଟା ପାଓ୍ଵାର ସପ୍ଲାଏ ହେବା ଜରୁରୀ। ଏହାବ୍ୟତିିତ ୧ କିଲୋଓ୍ଵାଟର ବିଜୁଳି କନେକସନ ଥିବା ଅନିବାର୍ଯ୍ୟ।ଏଟିଏମରୁ ଦୈନିକ ୩୦୦ ଟାଞ୍ଜାକସନ ହେଉଥିବା ଜରୁରୀ।ବି-ସେଟ ଲଗାଇବା ପାଇଁ ସୋସାଇଟି କିମ୍ବା ଅଥରିଟିଠୁ ନୋ ଅବଜେକସନ୍‌ ସାର୍ଟିଫିକେଟ ମଧ୍ୟ ଦରକାର।

ଏଥିପାଇଁ କି କି ଡ଼କ୍ୟୁମେଣ୍ଟ ଆବଶ୍ୟକ-

ଆଇଡି ପ୍ରୁଫ: ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ
ଆଡ୍ରେସ ପ୍ରୁଫ : ରାସନ କାର୍ଡ, ଇଲେକଟ୍ରିକ ବିଲ୍‌,ବ୍ୟାଙ୍କ ଆକାଉଣ୍ଟ ଓ ପାସବୁକ
ଫଟୋଗ୍ରାଫ, ଇ-ମେଲ ଆଇଡି, ଫୋନ ନମ୍ବର

ଅନ୍ୟ ଡକ୍ୟୁମେଣ୍ଟସ୍‌-
ଜିଏସଟି ନମ୍ବର
ଫାଇନାସିଆଲ ଡକ୍ୟୁମେଣ୍ଟସ୍‌

ଏସବିଆଇ ଏଟିଏମର ଫ୍ରାଞ୍ଚାଇଜି ଦେଉଥିବା କମ୍ପାନୀର ଅଫିସିଆଲ website  ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ। ଭାରତରେ ଏଟିଏମ ଲଗାଇବାର କଣ୍ଟାକ୍ଟ tata indicash(www.indicash.co.in), muthoot atm (www.muthootatm.com/ suggest-atm.html ) ଓ india one atm (india1atm.in/rent-your-space) ପାଖରେ ରହିଛି।

Tata indicash ସବୁଠୁ ପୁରୁଣା କମ୍ପାନୀ। ଏହା ୨ଲକ୍ଷ ଟଙ୍କାର ସିକ୍ୟୁରିଟି ଡିପୋଜିଟ ଦେଇଥାଏ। ଯାହାକୁ ରିଫଣ୍ଡ ମଧ୍ୟ ଆପଣ କରିପାରିବେ। ପ୍ରତି ଟାଞ୍ଜାକସନରେ ୮ ଟଙ୍କା ମିଳୁଥିବା ବେଳେ ନନ୍‌- କ୍ୟାସ ଟାଞ୍ଜାକସନରେ ୨ ଟଙ୍କା ମିଳେ। ତେଣୁ ଦୈନିକ ୫୦୦ ଟାଞ୍ଜାକସନ ହେଲେ ମାସିକ ୮୦-୯୦ ହଜାର ଟଙ୍କା କମାଇପାରିବେ।

Spread the love