ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସହାୟତା ଘୋଷଣା

ନୂଆଦିଲ୍ଲୀ :  ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଏବଂ ଭଦ୍ରକର ବିଭିନ୍ନ ଅଞ୍ଚଳରେ ବନ୍ୟାପ୍ରପୀଡ଼ିତ ଗ୍ରାହକଙ୍କୁ ସହାୟତା କରିବା ପାଇଁ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏପରିକି ପ୍ରବଳ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଏବଂ ବୈତରଣୀ ଭଳି ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ତା’ର ଗ୍ରାହକଙ୍କ ନିକଟରେ ଛିଡା ହୋଇଛି। ଏସବିଆଇ ଜେନେରାଲର ଟିମ୍‌ ଏକ ମାନକ ଅପରେଟିଂ ପ୍ରଣାଳୀ ମଧ୍ୟ ଆରମ୍ଭ କରିଛି। ପ୍ରାଥମିକତା ଭିତିରେ ପ୍ରଶ୍ନ ଏବଂ ଦାବିଗୁଡିକ ପରିଚାଳନା କରିବା ପାଇଁ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି। ଏହା ଇନ୍‌ବାଉଣ୍ଡ ଡାଟା ଆଧାରରେ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇଛି। ଏଥିପାଇଁ ପ୍ରଥମତଃ ଗ୍ରାହକଙ୍କୁ କମ୍ପାନୀର ଟୋଲ ଫ୍ରି ନମ୍ବର ୧୮୦୦ ୧୦୨ ୧୧୧୧କୁ କଲ କରିବାକୁ ହେବ। ନଚେ୍‌ତ ଦାବି ଉପସ୍ଥାପନ ପାଇଁ ଗ୍ରାହକ ଏସଏମ୍‌ଏସ କ୍ଲେମ୍‌ ଟୁ ୫୬୧୬୧୨ କରି ପାରିବେ।

Spread the love