ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର 0.05 ପ୍ରତିଶତ ବା 5 ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ) 8.45 ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହା 8.50 ପ୍ରତିଶତ ଥିଲା । ସେହିପରି ଓଭରନାଇଟ ଏମସିଏଲଆର 8.15 ପ୍ରତିଶତରୁ ହ୍ରାସ ପାଇ 8.10 ପ୍ରତିଶତରେ ପହଞ୍ଚିଛି ।

ଏକ ମାସ ମିଆଦ ବିଶିଷ୍ଟ ଏମସିଏଲଆର ମଧ୍ୟ 8.15 ପ୍ରତିଶତରୁ ହ୍ରାସ ପାଇ 8.10 ପ୍ରତିଶତରେ ପହଞ୍ଚିଛି । ଏହା ମେ 10ରୁ ଏହା ଲାଗୁ ହେବ । ଷ୍ଟେଟ ବ୍ୟାଙ୍କ ଦ୍ବାରା ଏମସିଏଲଆର ହ୍ରାସ କରାଯିବା ଦ୍ବାରା ଗୃହ, ଯାନବାହାନ ଋଣର ଇଏମଏଇ ଶସ୍ତା ହେବ । ଗତ ମାସରେ ମଧ୍ୟ ବ୍ୟାଙ୍କ ନିଜର ସୁଧହାର କମାଇଥିଲା । ଗତ ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ନିଜର ରେପୋ ହାର (ଯେଉଁ ହାରରେ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣନ୍ତି) 25 ବେସିସ ପଏଣ୍ଟ ହ୍ରାସ କରି 6 ପ୍ରତିଶତ କରିଥିଲା ।

Spread the love