୭ ଦିନ ମଧ୍ୟରେ ବିଚାର କର’ ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗରେ ବାଚସ୍ପତିଙ୍କୁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଅନୁଗତ ଶିବସେନା ବିଧାୟକଙ୍କ ବିରୋଧରେ ଦାୟର ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବାର ସମୟସୀମା ସଂପର୍କରେ ଏକ ସପ୍ତାହ ମଧ୍ୟରେ ଜଣାଇବାକୁ ସୁପ୍ରିମକୋର୍ଟ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ, ସେହିଦିନ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରାଇବାକୁ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଅଯୋଗ୍ୟତା ମାମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରହିପାରିବ ନାହିଁ। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ମେ ୧୧ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବାଚସ୍ପତିଙ୍କ କାର୍ଯ୍ୟାଳୟ ସିନ୍ଦେ କ୍ୟାମ୍ପର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲାର ଶୁଣାଣିକୁ ତ୍ୱରାନ୍ୱିତ କରୁନାହିଁ।

ଖଣ୍ଡପୀଠ କହିଛନ୍ତି ଯେ ବାଚସ୍ପତିଙ୍କୁ ସୁପ୍ରିମକୋର୍ଟଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବା ସହ ଏହାର ରାୟ କୁ ମାନିବାକୁ ପଡ଼ିବ। ବାଚସ୍ପତିଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଅଯୋଗ୍ୟତା ଆବେଦନଗୁଡ଼ିକର ସମାଧାନ ପାଇଁ ବାଚସ୍ପତି ନିର୍ଦ୍ଧାରିତ ସମୟ ସୀମା ସମ୍ପର୍କରେ ଜଣାଇବାକୁ କୋର୍ଟ କହିଛନ୍ତି।

Spread the love