ଲାଚୁଟ ସ୍କୁଲରେ ଶିକ୍ଷକଙ୍କ ବିଦାୟିକାଳୀନ ସମ୍ବର୍ଦ୍ଧନା

 

ସଇଁନ୍ତଲା,ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଲାଚୁଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନାରାୟଣ ଜାଲ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ସ୍କୁଲ ପରିସରରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟତ୍ରୀ ଭୂମିଜାବାଇ ଗୁରୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଆରସିସି ନାରାୟଣ ଭୋଇ, ସମ୍ମାନିତ ଅତିଥି ଭାବେ ଏବିଇଓ ମହାଦେବ ମିଶ୍ର,ଡ଼ା. ବିଶ୍ଵଜିତ ମିଶ୍ର, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ମକରଧ୍ଵଜ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶେଷଦେବ ଯାନୀ,ଶିକ୍ଷକ ଟିକେଲାଲ ମେହେର,ଝସକେତନ ମନହୀରା,ସିଆରସିସି ଶେଷଦେବ ପ୍ରଧାନ,ମନୋଜ କୁମାର ସାହୁ,କୀର୍ତ୍ତି ଚନ୍ଦ୍ର ସାମନ୍ତରାୟ,ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ,ଶିକ୍ଷୟତ୍ରୀ ହିରଣ୍ମୟୀ ପୃଷେଠ, ଶ୍ରଦ୍ଧାଞ୍ଜଳି ନନ୍ଦ,ସୁପାଲି ପାଣ୍ଡେ,ଏମଆଇଏସ ଦିଲୀପ ବେହେରା,କମିଟିର ସଭାପତି ଗଣେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love