ଏଣିକି ସ୍କୁଲରେ ମଧ୍ୟାହ୍ନଭୋଜନ ସହିତ ମିଳିବ ସକାଳ ଜଳଖିଆ

ଭୁବନେଶ୍ୱର, ୮/୧୨:  ନୂଆ ଶିକ୍ଷା ନୀତିର ପ୍ରସ୍ତାବ ଅନୁଯାଇ ଆଗାମୀ ଶିକ୍ଷା ବର୍ଷରୁ ପୁରା ଦେଶରେ ସରକାରୀ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ସହିତ ସକାଳ ଜଳଖିଆ ମଧ୍ୟ ଦିଆଯିବାର ପ୍ରସ୍ତାବ ରହିଛି । ଏଥିପାଇଁ ରାଜ୍ୟରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨) ରୁ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କୁ ଦୁଇ ଓଳି ଖାଇବାକୁ ଦିଆଯିବ । ପୂର୍ବରୁ ସରକାରୀ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ଦିଆଯିବାର ବ୍ୟବସ୍ଥା ରହିଥିବା ବେଳେ ବର୍ତମାନ ସ୍କୁଲରେ ପିଲାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପୃଷ୍ଠିକର ଖାଦ୍ୟ ଯୋଗାଣ କ୍ଷେତ୍ରରେ ସ୍କୁଲ ରେ ହିଁ ପିଲାମାନଙ୍କୁ ସକାଳ ଜଳଖିଆ ଦିଆଯିବ ବୋଲି ପ୍ରସ୍ତାବ ରହିଛି ।

ଏନେଇ ରାଜ୍ୟର ସବୁ ଜିଲ୍ଲାର ଡିଇଓ ମାନଙ୍କ ସହିତ ଏବେ ଠାରୁ ଆଲୋଚନା କରାଯାଇ ସମୀକ୍ଷା କରାଯାଉଛି । କରୋନା ମହାମାରୀ ପରେ ଅର୍ଥାତ୍ ସ୍କୁଲ ଖୋଲିବା ପରେ ଏହି ଯୋଜନାକୁ ଅଧିକ ତ୍ୱରାନିତ କରାଯିବ ବୋଲି ବିଭାଗୀୟ ସଚିବ ମତ ରଖିଛନ୍ତି ।

ଅନ୍ୟପକ୍ଷରେ କିଚେନ୍ ଗାର୍ଡେନ୍‌ରୁ ମିଳୁଥିବା ପରିବା ବିଦ୍ୟାର୍ଥୀଙ୍କ ଜଳିଖିଆ ପ୍ରସ୍ତୁତିରେ ସହାୟକ ହେବା ସହ ପୃଷ୍ଟି କର ଖାଦ୍ୟ ଛାତ୍ରଛାତ୍ରୀ ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି କିଚେନ୍ ଗାର୍ଡେନ୍ ପ୍ରକଳ୍ପକୁ ମଧ୍ୟ ଏବେଠାରୁ ଅଧିକ କ୍ରିୟାଶୀଳ କରାଯାଉଛି ।

Spread the love