ସ୍କୁଲ ବନ୍ଦ ଓ ଅନ୍ୟ ସ୍କୁଲରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲା ବିଦ୍ୟାଳୟ ସୁରକ୍ଷା କମିଟି

ଦିଗପହଣ୍ଡି  ଠ୮।୧୧ : ବାରମ୍ବାର ଅଭିଯୋଗ ପରେ ଶୁଣିଲେନି କେହି, ଶେଷରେ ଆନ୍ଦୋଳନକୁ ଓହ୍ଲାଇଲେ ବିଦ୍ୟାଳୟ ସୁରକ୍ଷା କମିଟି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋବରବାଲସା ଗାଁର ସରକାରୀ ବିଦ୍ୟାଳୟ ବନ୍ଦ କରି ଅନ୍ୟ ସ୍କୁଲରେ ମିଶ୍ରଣ ନିଷ୍ପତିକୁ ବାତିଲ କରି ତୁରନ୍ତ ଆରମ୍ଭ ଲେଖା ଆରମ୍ଭ କରିବାକୁ ଦାବି ହୋଇଛି । ଏପରି ଦାବି ନେଇ ଅନିର୍ଦ୍ଦିଷ୍ଠ କାଳ ପାଇଁ ଧାରଣା ଦେଲା  ବିଦ୍ୟାଳୟ ସୁରକ୍ଷା କମିଟି । ପୂର୍ବରୁ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, DEO, BEO ଓ BDOଙ୍କୁ ଅବଗତ କରିବା ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଖବର ଅନୁଯାୟୀ, ରାଜ୍ୟ ସରକାର ୨୦୧୮ ମସିହାରେ  ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବନ୍ଦ କରିବା ପ୍ରକ୍ରିୟା ୨୦୨୦  ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା l ସେଥିରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋବରବାଲସା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟତମ ।ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଆଳ ଦେଖାଇ ୧.୫ କି.ମି. ଦୂରରେ ଥିବା ଟିକରପଡା ୟୁ଼ପି ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି l ଉଭୟ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ କଚ୍ଚା ଏବଂ ବିପଦ ଶଙ୍କୁଳ ।

ଏପିରିକି ରାସ୍ତା କଡ଼ରେ ଏକ ବୃହତ କେନାଲ ଯାଇଛି । ପ୍ରତି ମୁହୁର୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏହି  ପ୍ରାଥମିକ ବିଦ୍ୟାଳୟର ଶିଶୁମାନଙ୍କ ପକ୍ଷେ ଏହି ସଡ଼କ ଦେଇ ପ୍ରାୟ ୧.୫ କି.ମି. ଯିବା ଆସିବା ସମ୍ଭବ ନୁହେଁ l ତେଣୁ ଏହି ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନକରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି, ଗୋବରବାଲସା ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି l ଏହି ଆନ୍ଦୋଳନରେ ବିଦ୍ୟାଳୟ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ ।

Spread the love