ସ୍କୁଲରେ ଗାମୁଛା ପକାଇ ଶୋଇ ପଡିଛନ୍ତି ଦିଦି

ସ୍କୁଲ୍‌ରେ ଶୋଇ ପଡ଼ିଲେ ଦିଦି। ଗଞ୍ଜାମ ଜିଲ୍ଲା ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସ୍କୁଲ୍ ଭିତରେ ଆରାମ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ସ୍କୁଲରୁ ଆସିଥିଲା ଏବଳି ଦୃଶ୍ୟ।

ଛାତିରେ ମୋବାଇଲ ମୁଣ୍ଡରେ ହାତ। ଅନନ୍ତ ଶୟନରେ ଦିଦି। ସ୍କୁଲରେ ଲମ୍ୱତମ୍ୱ ହୋଇ ଶୋଇ ପଡିଛନ୍ତି ଦିଦି । ଖେଳଛୁଟିରେ ସ୍କୁଲ ରୁମରେ ତଳେ ଚାଦର ପକାଇ ଦିଦି ଟିକିଏ ରିଲାକ୍ସ କରୁଛନ୍ତି । ଏହେଉଛି ଗଜପତି ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ପ୍ରାଥମିକ ସ୍କୁଲର ଦୃଶ୍ୟ । ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଇନଚାର୍ଜରେ ଥିବା ଏହି ଦିଦି ଜଣକ ଦିନ ଗୋଟାଏ ବେଳେ ନିଘୋଡ ନିଦ୍ରାରେ ଶୋଇ ପଡିଥିଲେ । ଏହି ସମୟରେ କିଛି ଛାତ୍ରଛାତ୍ରୀ ମଧ୍ୟାନ୍ନ ଭୋଜନ ଖାଉଥିବା ବେଳେ ଆଉ କିଛି ପିଲା ସ୍କୁଲ ପ୍ରାଙ୍ଗଣରେ ବୁଲୁଥିଲେ । ତେବେ ପିଲାଙ୍କ ଦାୟିତ୍ତ୍ୱକୁ ଭୁଲି ଦିଦି ଜଣକ ଅଚିନ୍ତାରେ ଶୋଇ ପଡିଥିଲେ । କିଛି ଅଭିଭାବକ ସ୍କୁଲକୁ ଯାଇଥିବା ବେଳେ ବିଦ୍ୟାଳୟର ଏହି ଅବସ୍ଥା ଦେଖି ଭିଡ଼ିଓ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶିକ୍ଷୟତ୍ରୀଙ୍କ ଏହି ଦାୟିତ୍ତ୍ୱହୀନତାକୁ ଗ୍ରାମବାସୀ ସମାଲୋଚନା କରିବା ସହ ବିଇଓ ଅଫିସରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଏଭଳି ଦାୟିତ୍ତ୍ୱବାନ ଶିକ୍ଷୟତ୍ରୀ ଯଦି ସ୍କୁଲ ମାନଙ୍କରେ ରହିବେ ସ୍କୁଲର ଅବସ୍ଥା ଯେ କଣ ହେବ ତାହା ସହଜରେ ଅନୁମେୟ।

Spread the love