ପାଣିପାଗ ସ୍ଥିତିକୁ ଦେଖି ଖୋଲିବ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ପ୍ରବଳ ଖରାକୁ ଦେଖି ରାଜ୍ୟର ‌କେତେକ ଅଞ୍ଚଳରେ କିଛି ସ୍କୁଲ ଖୋଲିଥିଲେ ମଧ୍ୟ କେତେକ ସ୍କୁଲ ବନ୍ଦ ରହିଛି। ରାଜ୍ୟରେ ଖରାଛୁଟି ବଢିବ କି ନାହିଁ ସେ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗର ସ୍ଥିତିକୁ ଦେଖି ସ୍କୁଲ ଖୋଲିବ କିମ୍ବା ବନ୍ଦ ରହିବ ସେସମ୍ପର୍କରେ ନିଷ୍ପତ୍ତି ନେବାକୁ କୁହାଯାଇଛି। ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ବଳବତ୍ତର ରହିଛି।

ସ୍କୁଲ କିପରି ଖୋଲାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ଗୁରୁବାର ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Spread the love