ଆଜିଠୁ ଏସସିଓ ସମ୍ମିଳନୀ, ଯୋଗଦେବେ ମୋଦୀ ଓ ଜିନପିଙ୍ଗ୍

ନୂଆଦିଲ୍ଲୀ, ୧୪|୦୯:  ଆଜିଠାରୁ ତିନିଦିନିଆ ଏସସିଓ ସମ୍ମିଳନୀ । ଉଜବେକିସ୍ତାନର ସମରକନ୍ଦରେ ଆଜିଠାରୁ ସାଂଘାଇ ସହଯୋଗ ସମ୍ମିଳନୀରେ ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଶୀ ଜିନ୍ ପିଙ୍ଗ ଯୋଗଦେବେ । ସେଠାରେ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ଭାରତ ଓ ଚୀନ ଲଦାଖ ଗୋଗ୍ରା ହଟ ସ୍ପ୍ରିଙ୍ଗ ସୀମାରୁ ସୈନ୍ୟ ପ୍ରତ୍ୟାହାର ଶେଷ କରିଛନ୍ତି। ୧୬ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା ପରେ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଗତ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୁଇ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଛନ୍ତି।

ମେ ୨୦୨୦ରେ ଦୁଇ ଦେଶ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା। ଯାହା ପରେ ଦୁଇ ଦେଶ ସୀମାର ବିଭିନ୍ନ ପଏଣ୍ଟରେ ସୈନ୍ୟ ଠୁଳ କରିବା ସହିତ ଟକରାଟକରି ଅବସ୍ଥାରେ ରହିଥିଲେ। ଏଥିସହିତ ସମାନ୍ତରଳ ଭାବେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ ଜାରି ରହିଥିଲା। ତେବେ ସାଙ୍ଘାଇ ସହଯୋଗ ସମ୍ମିଳନୀ ପୂର୍ବରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର କରି ପରସ୍ପର ପ୍ରତି ବିଶ୍ବାସ ସୃଷ୍ଟି କରିଛନ୍ତି।

Spread the love